PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସାମ୍ବାଦିକ ସମ୍ମିଳନୀରେ ବିଜେଡିର କଟାକ୍ଷ: ବିଜେପିର ପ୍ରତିଶ୍ରୁତି ହେଉଛି ଜୁମ୍‌ଲା

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ବିଜେପିର ୧ ଟଙ୍କାରେ ୫ କିଲୋ ଚାଉଳ, ଡାଲି ଆଉ ଲୁଣ ଘୋଷଣା ହେଉଛି ଜୁମ୍‌ଲା । ପ୍ରଥମ ପର୍ଯ୍ୟାୟ ଭୋଟ ପରେ ବିଜେପି ନିଜର ସ୍ଥିତିକୁ ଠଉରାଇବା ପରେ ଚାଉଳ, ଡାଲି ଓ ଲୁଣ କଥା ଉଠାଇଛି । ବାସ୍ତବରେ ବିଜେପି କିନ୍ତୁ ଯାହା ପ୍ରତିଶ୍ରୁତି ଦିଏ, ତାକୁ ନିର୍ବାଚନ ପରେ ଭୁଲିଯାଏ । ଓଡ଼ିଶାର ଲୋକ ଏତେ ବୋକା ନୁହନ୍ତି ଯେ ଧର୍ମେନ୍ଦ୍ରଙ୍କ ମିଛ ଘୋଷଣାରେ ପ୍ରଭାବିତ ହେବେ । ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଏମିତି ଢଙ୍ଗରେ କଟାକ୍ଷ କରିଛି ବିଜେଡି ।

ବିଜେଡି ଆଇଟି ବିଭାଗ ମୁଖ୍ୟ ଅମର ପଟ୍ଟନାୟକ କହିଛନ୍ତି, ୨୦୧୪ରେ ବିଜେପି ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢ଼େଇ କରିବ ବୋଲି କହିଥିଲା । ଲଢ଼େଇ ତ କଲାନି । ୨୦୧୯ ଇସ୍ତାହାରରୁ ବି ଗାଏବ ହୋଇଯାଇଛି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ଆଶ୍ଚର୍ଯ୍ୟର କଥା ହେଉଛି, ବିଜେପି ଏ ନିର୍ବାଚନ ପାଇଁ ଜାରି କରିଥିବା ଇସ୍ତାହାରରେ ୧ ଟଙ୍କାରେ ୫ କିଲୋ ଚାଉଳ, ଡାଲି ଆଉ ଲୁଣ କଥା କିଛି ନାହିଁ । ପ୍ରଥମ ପର୍ଯ୍ୟାୟ ଭୋଟ ହାରିବା ଦେଖି ବିଚଳିତ ହୋଇ ଏହି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପରେ ଚାରି ଚକିଆ ଆଉ ଶେଷ ପର୍ଯ୍ୟାୟ ବେଳକୁ ବିଦେଶ ବୁଲାଇବାର ସ୍ୱପ୍ନ ବି ବିଜେପି ଦେଖାଇ ପାରେ ବୋଲି ହସି କହିଛନ୍ତି ଶ୍ରୀ ପଟ୍ଟନାୟକ ।

ଚାଉଳ ଯୋଜନା ସହ ବିଜେପିର ୯ ସଂକଳ୍ପକୁ ଅବାସ୍ତବ ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ ଜଳସେଚନ ପାଇଁ ୧ ଲକ୍ଷ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ । ହେଲେ କେନ୍ଦ୍ରରେ ସରକାର ଥାଇ ବିଜେପି ସାରା ଦେଶରେ ଜଳସେଚନ ପାଇଁ ମାତ୍ର ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି । ଯଦି ଦେଶରେ ଜଳସେଚନ ପାଇଁ ଏତିକି ଖର୍ଚ୍ଚ ହୋଇଛି? ଓଡ଼ିଶା ପାଇଁ ଏତେ ଅଧିକ ଟଙ୍କା ଖର୍ଚ୍ଚ କରିବା କହିବା ହେଉଛି ହାସ୍ୟାସ୍ପଦ ।

ବିଜେପିର ପ୍ରତ୍ୟେକ ପରିବାରକୁ ନିଯୁକ୍ତି ନହେଲେ ଆତ୍ମନିଯୁକ୍ତି କଥା ମଧ୍ୟ ମିଛ ଭେଳିକି । ବାସ୍ତବରେ ୨୦୧୪ରେ ସରକାରକୁ ଆସିବା ବେଳେ ବିଜେପି ବର୍ଷକୁ ୨ କୋଟି ନିଯୁକ୍ତି କଥା କହିଥିଲା । ହେଲେ ୨ ଲକ୍ଷ ନିଯୁକ୍ତି ବି ମିଳିନି । ସବୁଠୁ ଅଧିକ ବେକାରୀ ସମସ୍ୟା ମୋଦି ସରକାରରେ ହିଁ ଦେଖିବାକୁ ମିଳିଛି । ସେହିଭଳି ୧୫ଟି ପୋର୍ଟ କଥା ବିଜେପି ଇସ୍ତାହାରରେ କହିଥିବା ବେଳେ ବାସ୍ତବରେ ଓଡ଼ିଶାରେ ଏତେ ପରିମାଣରେ ପୋର୍ଟ କରିବାକୁ ବେଳାଭୂମି ହିଁ ନାହିଁ । ମୋଦିଙ୍କ ପିଏମ୍‌ କିଷାନ କାର୍ଯ୍ୟକାରିତାର ଜବାବ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଏଥିପାଇଁ ୮ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି । ଯୋଜନାରେ ଏତେ ଜଟିଳତା ରହିଛି, ଯେଉଁଥିପାଇଁ ସବୁ ଚାଷୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ସମୟ ଲାଗିବ । କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିବା ବେଳେ ଓଡ଼ିଶାର ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଆହୁରି ଚାଷୀଙ୍କୁ ସରକାର ଆସିବାର ପ୍ରଥମ ଦିନରେ ହିଁ ଟଙ୍କା ବଣ୍ଟାଯିବ । ଓଡ଼ିଶାରେ ବିଜେପି ଆସିଲେ କାଳିଆ ଯୋଜନା ଚାଲୁ ରଖିବ ନା ନାହିଁ ସ୍ପଷ୍ଟ କରୁନି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷ ଟଙ୍କା ଯାଏ ଚିକିତ୍ସା ସହାୟତା ଦିଆଯାଉଛି । ଆଉ ପ୍ରଧାନମନ୍ତ୍ରୀ ଆଜି ଆୟୁଷ୍ମାନ ଯୋଜନା କଥା କହୁଛନ୍ତି । ଯେଉଁଥିରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳୁଛି । ପୂର୍ବ ନିର୍ବାଚନ ସମୟରେ ପ୍ରତିଶ୍ରୁତିକୁ ବିଜେପିର ବଡ଼ନେତାମାନେ ଜୁମ୍‌ଲା ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ର, ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍‌ ମହାନ୍ତି ଓ ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର