ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଗଡ଼କରୀ ଓ ଧର୍ମେନ୍ଦ୍ରଙ୍କୁ ବିଜେଡିର ଜବାବ: କେନ୍ଦ୍ର ଓଡ଼ିଶାବାସୀଙ୍କୁ ହତାଶ କରିଛି

ଭୁବନେଶ୍ୱର,୬ା୨(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ଆଜି ବିଜେଡିକୁ ଯେଉଁ ଟାର୍ଗେଟ୍‌ କରିଥିଲେ ତାର ପ୍ରତିକ୍ରିୟା ରଖିଛି ବିଜେଡି । ଚିଟଫଣ୍ଡ ଦୁର୍ନୀତିରେ ବିଜେଡିର ସମ୍ପୃକ୍ତି ନେଇ ଧର୍ମେନ୍ଦ୍ରଙ୍କ ବାରମ୍ବାର ଅଭିଯୋଗର କଡା ଜବାବ ରଖିଛି ବିଜେଡି । ଅନ୍ୟର ଦୁର୍ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବରୁ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରେ ବ୍ୟାପମ୍‌ ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ଏହି ଦୁର୍ନୀତିରେ ସମ୍ପୃକ୍ତ ସୁଧୀର ଶର୍ମା ଜେରା ବେଳେ ଧର୍ମେନ୍ଦ୍ରଙ୍କୁ ଏୟାର ଲାଇନ୍‌ ଟିକେଟ୍‌ ଦେଇଥିବାର ମାନିଥିଲେ । ଏହି ପ୍ରସଙ୍ଗ ସଂସଦରେ ଉଠିଥିଲା କିନ୍ତୁ ଧର୍ମେନ୍ଦ୍ର ମୁହଁ ଖୋଲୁନାହାନ୍ତି । ତେଣୁ ଏହି ମାମଲାରେ ସିବିଆଇ ତାଙ୍କୁ ଜେରା କରିଛି କି ନାହିଁ ତାହାର ଜବାବ ଦିଅନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ସେହିପରି ଗଡ଼କରୀଙ୍କ ଗସ୍ତରେ ରାଜ୍ୟ ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ଉଦ୍‌ଘାଟନ ହୋଇନି । କେବଳ ଏକାଧିକ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦିଆଯାଇଛି । ନିର୍ବାଚନ ପାଖେଇ ଆସିବା ବେଳେ ଶିଳାନ୍ୟାସ କରିବା କଥା କେନ୍ଦ୍ରର ମନେ ପଡୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ପାଇଁ ଜମି ଅଧିଗ୍ରହଣ ସମସ୍ୟା ନାହିଁ । ରାଜ୍ୟ ସରକାରଙ୍କ କୌଣସି ଅନୁମତି ଦେବା ପ୍ରକ୍ରିୟା ବି ବିଳମ୍ବିତ ହୋଇନି । ତଥାପି କାମ କାହିଁକି ଅଟକିଛି ବୋଲି ବିଜେଡି ପ୍ରଶ୍ନ କରିଛି । କୋଷ୍ଟାଲ୍‌ ହାଇୱେ ପାଇଁ ଯେଉଁ ଘୋଷଣା ହୋଇଥିଲା ତା କୁଆଡ଼େ ଗଲା? କଟକ-ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କୌଣସି ଜମି ଅଧିଗ୍ରହଣ ବା ଅନୁମତି ଆବଶ୍ୟକ ନାହିଁ । ତଥାପି କାହିଁକି କାମ ଆରମ୍ଭ ହୋଇନି ବୋଲି ଗଡ଼କରୀଙ୍କୁ ପ୍ରଶ୍ନ କରିଛି ବିଜେଡି । ଏହି ପ୍ରସଙ୍ଗଗୁଡ଼ିକ ଉଠାଇ କେନ୍ଦ୍ର ସରକାର ଓଡ଼ିଶାକୁ କରିଥିବା ଅବହେଳା ଲୁଚାଇବାକୁ ଚାହୁଁଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସେପଟେ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଧର୍ମେନ୍ଦ୍ର ନବୀନଙ୍କୁ କରିଥିବା ସମାଲୋଚନାର ଜବାବ ରଖିଛି ବିଜେଡି । ବିଜେପି ଅଧୀନରେ ଥିବା ଦିଲ୍ଲୀ ପୁଲିସ ଓ ମଧ୍ୟପ୍ରଦେଶ ପୁଲିସ ଗତ କିଛି ଦିନ ତଳେ ଚାଷୀଙ୍କ ଉପରେ ଜୁଲମ୍‌ କରିଥିଲେ । ମଧ୍ୟପ୍ରଦେଶରେ ହକ୍‌ ମାଗୁଥିବା ଚାଷୀଙ୍କୁ ଗୁଳି ଖାଇବାକୁ ପଡିଥିଲା । ୫ ଜଣ ଚାଷୀଙ୍କୁ ମାରି ଦେଇଥିଲେ । ଏଣୁ ଚାଷୀ ପ୍ରସଙ୍ଗରେ ଧର୍ମେନ୍ଦ୍ର କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ବିଜେଡି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.