ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

‘କାଳିଆ’ ବଢ଼ାଇବନି ଋଣ ବୋଝ: ବିଜେଡି

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଚାଷୀଙ୍କ ପାଇଁ ଅଣାଯାଇଥିବା ‘କାଳିଆ’ ଯୋଜନା ରାଜ୍ୟବାସୀଙ୍କ ଋଣ ବୋଝ ବଢ଼ାଇବ ବୋଲି ବିରୋଧୀ ଆଣୁଥିବା ଅଭିଯୋଗ ଅମୂଳକ । ଓଡ଼ିଶାର ଋଣ ସ୍ଥିତି ଭଲ ଅଛି । ଏଣୁ କାଳିଆ ଯୋଜନା ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ବୋଝକୁ ବଢ଼ାଇବ ନାହିଁ । ଅନ୍ୟ ପ୍ରମୁଖ ରାଜ୍ୟ ଋଣ ସ୍ଥିତିର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରି ବିରୋଧୀଙ୍କୁ ଏମିତି ଜବାବ ଦେଇଛି ଶାସକ ବିଜୁ ଜନତା ଦଳ (ବିଜେଡି) ।
‘କାଳିଆ’ ସ୍କିମ୍‌ରେ ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠି (ଓସିଏଫ୍‌) ବିନିଯୋଗ କରି ସରକାର ସାମ୍ବିଧାନିକ ନିୟମ ଭାଙ୍ଗିଥିବା ଅଭିଯୋଗକୁ ମଧ୍ୟ ବିଜେଡି ଅଗ୍ରାହ୍ୟ କରିଛି । ଦଳ କହିଛି, ରାଜ୍ୟପାଳଙ୍କ ଅନୁମୋଦନ ଜରିଆରେ ଜରୁରୀ ପାଣ୍ଠି ବ୍ୟବହାର ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ଏପରିକି ଓଡ଼ିଶାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ବାର ବିଭିନ୍ନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜରୁରୀକାଳୀନ ପାଣ୍ଠିରୁ ଅର୍ଥ ବ୍ୟବହାର କରିଛନ୍ତି ।
ବିଜେଡି ମୁଖପାତ୍ର ତଥା ଆଇଟି ସାମ୍ମୁଖ୍ୟ ମୁଖ୍ୟ ଡ. ଅମର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟର ବଜେଟ୍‌ ତଥ୍ୟର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୧୮-୧୯ରେ ମହାରାଷ୍ଟ୍ରର ଋଣ ବୋଝ ଦେଶରେ ସର୍ବାଧିକ ୪,୬୧,୯୧୩ କୋଟି ଟଙ୍କା ହେବ । ୨୦୧୭-୧୮ର ୩,୬୪,୭୪୩ କୋଟି ଟଙ୍କା ଋଣ ବୋଝ ତୁଳନାରେ ଏହା ୧୩.୪୭% ଅଧିକ ହେବ । ଏ ଅବଧିରେ ଉତ୍ତର ପ୍ରଦେଶ ଦ୍ୱିତୀୟ ବୃହତ ଋଣୀ ରାଜ୍ୟ ଭାବେ ୨୦୧୭-୧୮ର ୪,୦୬,୪୭୪ କୋଟି ଟଙ୍କା ଋଣ ତୁଳନାରେ ବୃଦ୍ଧି ଘଟି ୪,୪୩,୩୬୦ କୋଟି ଟଙ୍କାରେ ପହଞ୍ଚିବ । ତାଲିକାର ତୃତୀୟ ସ୍ଥାନରେ ଥିବା ପଶ୍ଚିମବଙ୍ଗର ଋଣ ୨୦୧୮-୧୯ରେ ୩,୯୪,୮୩୨ କୋଟି ଟଙ୍କା ହେବ । ୨୦୧୭-୧୮ରେ ପଶ୍ଚିମବଙ୍ଗର ଋଣବୋଝ ୩,୬୪,୦୧୯ କୋଟି ଟଙ୍କା ଥିଲା । ଏହି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ଋଣ ପରିମାଣ ଢେର୍‌ କମ୍‌ ।
ଯଦି ଏହି ବୃହତ ଋଣୀ ରାଜ୍ୟକୁ ଛାଡ଼ି ଅନ୍ୟ ବିକଶିତ ରାଜ୍ୟ ସହ ଓଡ଼ିଶାର ଋଣକୁ ତୁଳନା କରାଯାଏ, ରାଜ୍ୟ ବହୁ ପଛରେ ରହିବ । ୨୦୧୬-୧୭ରେ ଓଡ଼ିଶାର ସରକାରୀ ଋଣ ୪୨,୦୧୮ କୋଟି ଟଙ୍କା ଥିଲା । ଏହି ସମୟରେ ବିକଶିତ ରାଜ୍ୟ ଗୁଜରାଟର ଋଣ ୨,୪୩,୧୪୬ କୋଟି, ହରିଆଣାର ୧,୨୪,୬୦୩ କୋଟି ଓ କେରଳର ୧,୮୯,୭୬୯ କୋଟି ଟଙ୍କା ଥିଲା । ୨୦୧୧ ଜନଗଣନା ରିପୋର୍ଟ ଆଧାରରେ ଓଡ଼ିଶାର ଜନସଂଖ୍ୟା୪,୧୯,୭୪,୨୧୮ ।
ଏହି ହିସାବରେ ୨୦୧୬-୧୭ରେ ଓଡ଼ିଶାର ମୁଣ୍ଡପିଛା ଆୟ ୧୦,୦୧୦ ଟଙ୍କା ୪୩ ପଇସା ରହିଥିଲା । କିନ୍ତୁ ଏ ସମୟରେ ଗୁଜରାଟର ମୁଣ୍ଡପିଛା ଋଣ ୪୦,୨୨୯ ଟଙ୍କା ୫୨ ପଇସା, ଯାହାକି ଓଡ଼ିଶାର ମୁଣ୍ଡପିଛା ଋଣ ତୁଳନାରେ ପ୍ରାୟ ୪ ଗୁଣା । ହରିଆଣାର ମୁଣ୍ଡପିଛା ଋଣ ୪୯,୧୫୦ ଟଙ୍କା ଓ କେରଳର ୫୬,୮୭୬ ଟଙ୍କା ରହିଛି, ଯାହାକି ଓଡ଼ିଶା ତୁଳନାରେ ଢେର୍‌ ଗୁଣ ଅଧିକ ବୋଲି ସେ କହିଛନ୍ତି ।
ବିଜେପିକୁ ଚୁପ୍‌ କରାଇବାକୁ ଯାଇ ଡ. ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ଦେଶର ଋଣ ସ୍ଥିତି ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୪.୫ ବର୍ଷର ଶାସନରେ ଦେଶର ଋଣ ବୋଝ ୫୦% ବଢ଼ିଯାଇଛି । ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏହା ୮୨,୦୩,୨୫୩ କୋଟି ଟଙ୍କା ହୋଇଛି । ୨୦୧୪ ଜୁନ୍‌ ସୁଦ୍ଧା କେନ୍ଦ୍ରର ଋଣ ପରିମାଣ ୫୪,୯୦,୭୬୩ କୋଟି ଟଙ୍କା ଥିଲା ।
ଏଣୁ କେନ୍ଦ୍ର ସରକାର ଓ ଦେଶର ଅନ୍ୟ ବିକଶିତ ରାଜ୍ୟଗୁଡ଼ିକର ଋଣ ସ୍ଥିତିକୁ ଦେଖିଲେ ଓଡ଼ିଶା ଢେର୍‌ ଭଲରେ ରହିଛି । କାଳିଆ ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୧୦,୦୦୦ କୋଟି ଟଙ୍କା ରାଜ୍ୟବାସୀଙ୍କ ଋଣ ବୋଝକୁ ସେମିତି କିଛି ଅଧିକ ବଢ଼ାଇବ ନାହିଁ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ସେହିପରି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ଚାଷୀକୂଳକୁ ସହାୟତା କରିବାକୁ କାଳିଆ ଯୋଜନା ଅପରିହାର୍ଯ୍ୟ ହୋଇଥିଲା । ଏଣୁ ସରକାର ବିପର୍ଯ୍ୟୟ ଓ ଜରୁରୀକାଳୀନ ପାଣ୍ଠିରୁ ୭୩୪.୬୬ କୋଟି ଟଙ୍କା ଉଠାଇଛନ୍ତି । କିନ୍ତୁ ଏହି ପାଣ୍ଠି ଉଠାଇ ସରକାର ସମ୍ବିଧାନିକ ନିୟମର ଉଲ୍ଲଂଘନ କରିନାହାନ୍ତି । ସମ୍ବିଧାନର ଧାରା ୨୦୫ ଓ ୨୦୬ ଅନୁସାରେ, ଜରୁରୀ ସ୍ଥିତିରେ ରାଜ୍ୟର ଆବଶ୍ୟକତା ପାଇଁ ରାଜ୍ୟପାଳଙ୍କ ମଞ୍ଜୁରିକ୍ରମେ ଏହି ପାଣ୍ଠି ଉଠାଣ ହୋଇପାରିବ ।
ପୂର୍ବରୁ ଅନେକ କ୍ଷେତ୍ରରେ ଓସିଏଫ୍‌ ପାଣ୍ଠି ବ୍ୟବହାର ହୋଇଛି । ଏହି ପାଣ୍ଠିରୁ ୧୯୯୫-୯୬ରେ ନ୍ୟାସନାଲ ୱାଟର ସେଡ୍‌ ଡେଭେଲପ୍‌ମେଣ୍ଟ ପୋଗ୍ରାମ ଫର୍‌ ରେନ୍‌ ଫେଡ୍‌ ଏରିଆ (ଏନ୍‌ଡବ୍ଲ୍ୟୁଡିପିଆରଏ) ପାଇଁ ୧୦.୪୩ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ୧୧.୩୪ କୋଟି ଟଙ୍କା, ସମବାୟ ଋଣ ପରିଶୋଧ ପାଇଁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ୧୯୯୬-୯୭, ୧୯୯୭-୯୮, ୧୯୯୮-୯୯ ଓ ୧୯୯୯-୨୦୦୦ରେ ଏହି ପାଣ୍ଠି ଅର୍ଥ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ହୋଇଛି । ତେଣୁ ଏହା କିଛି ନୂଆ କଥା ନୁହେଁ ବୋଲି ଡ. ପଟ୍ଟନାୟକ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ (ମିଡିଆ) ମାନସ ମଙ୍ଗରାଜ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.