PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ମହାରଥୀଙ୍କ ଭଳି ଜଣେ ଗୁଣ୍ଡାଙ୍କୁ ପ୍ରାର୍ଥୀ କରିଥିବାରୁ ବିଜେଡି କ୍ଷମା ମାଗିବା ଉଚିତ୍: ଧର୍ମେନ୍ଦ୍ର

ଭୁବନେଶ୍ୱର ୨୨/୪: ଫ୍ଲାଇଁ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପୋଲିସ । ରବିବାର ସନ୍ଧ୍ଯାରେ  ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଭୋଜି ଓ ଟଙ୍କା ବଣ୍ଟା ଚାଲିଥିବା ବେଳେ ଖବର ପାଇ ଫ୍ଲାଇଂ ସ୍କ୍ବାଡ୍ ଏସଏସଟି ଏବଂ ଭିଡିଓ ସର୍ଭିଲାନ୍ସ ଟିମ୍ ଚଢାଉ କରିଥିଲା | ଚଢ଼ାଉ ବେଳେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ମହାରଥୀ ନିଜେ ଗୋଡେଇ ପିଟିଥିଲେ ବୋଲି ଅଭିଯୋଗ କରିଥିଲେ ମାଜିଷ୍ଟ୍ରେଟ୍ । ମହାରଥୀଙ୍କ  ନାଁରେ ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା ଲଗାଇଲା ପୋଲିସ । ହତ୍ୟା ଉଦ୍ୟମ ପାଇଁ ଉଦ୍ଧିଷ୍ଟ ୩୦୭ ଧାରା ଲାଗିଥିବାରୁ ପ୍ରଦୀପ ମହାରଥୀଙ୍କୁ ସହଜରେ ଜାମିନ ମିଳିବନି ବୋଲି ଆଲୋଚନା ହେଉଛି |

ମହାରଥୀଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ନିର୍ବାଚନ କମିଶନ ଠିକ୍ କାମ କରିଛନ୍ତି । ପ୍ରଦୀପ ମହାରଥୀ ଜଣେ ଗୁଣ୍ଡା ଏବଂ ଧର୍ଷଣକାରୀଙ୍କ ମୁଖ୍ଯ ସୁରକ୍ଷାକାରୀ । ଏଭଳି ଜଣେ ବ୍ଯକ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ନବୀନ ବାବୁ ଲୋକଙ୍କ ଆଗରେ ଭୁଲ୍ ମାଗିବା ଦରକାର । ବେବିନାର ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତମାନଙ୍କୁ ପୃଷ୍ଟପୋଷକତା ଦେଉଥିବା ପ୍ରଦୀପଙ୍କୁ ଗୁଣ୍ଡାମିର ଏତେ ନିଶା ଯେ ଫ୍ଲାଇଁ ସ୍କ୍ୱାଡଙ୍କୁ ମାଡ ମାରୁଛନ୍ତି । ବିଜେପି ସରକାର ଆସିଲେ ଗୁଣ୍ଡା ଆଇନ୍ ଆଣିବ ଏବଂ ଏହି ସବୁ ଗୁଣ୍ଡାଙ୍କୁ ଜେଲରେ ଭର୍ତ୍ତି କରିବ ।

କହିରଖୁଛୁ ଫ୍ଲାଇଂ ସ୍କାର୍ଡ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ବିଜେପି ଓ କଂଗ୍ରେସ | ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲା ବିଜେପି । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଧମକ ଦେଇଥିଲେ ଯେ, ଯଦି ପ୍ରଦୀପ ମହାରଥୀଙ୍କୁ ତୁରନ୍ତ ଗିରଫ କରାନଯାଏ ତାହେଲେ ସେ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣା ଦେବେ ।

ଅଧିକ ପଢନ୍ତୁ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ପ୍ରଦୀପ ଗିରଫ, ସଙ୍ଗୀନ ଦଫା ଲଗାଇଲା ପୋଲିସ

ଅଧିକ ପଢନ୍ତୁ ମହାରଥୀଙ୍କୁ କୋର୍ଟ ଚାଲାଣ, ପୁରୀ ଏସପି କହିଲେ ଯଥେଷ୍ଟ ପ୍ରମାଣ ରହିଛି

ଅଧିକ ପଢନ୍ତୁ ଝାରପଡା ଜେଲ୍ ଗଲେ ମହାରଥୀ, ଆସନ୍ତା ୨୪ରେ ଜାମିନ ଆବେଦନର ଶୁଣାଣି