PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ୍: ‘ଆହାର ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି’

ଭୁବନେଶ୍ୱର ୨୧/୪: ଆହାର ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆଜି ବିଜେଡିର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର । ପ୍ରେସମିଟରେ ସସ୍ମିତ୍ କହିଛନ୍ତି ଯେ ଆହାର ଯୋଜନାକୁ ବନ୍ଦ କରିବାକୁ ଧର୍ମେନ୍ଦ୍ର ଚକ୍ରାନ୍ତ କରୁଛନ୍ତି ।

ପ୍ରେସମିଟରେ ଆହାର ଯୋଜନା ନଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି  ସସ୍ମିତ୍।  ସେ କହିଛନ୍ତି ଯେ ଆହାର ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀନ ଚକ୍ରାନ୍ତ କରୁଛନ୍ତି । ଧର୍ମେନ୍ଦ୍ରଙ୍କ ଯୋଗୁଁ ଆହାର ଯୋଜନା ବନ୍ଦ ହେବାକୁ ବସିଥିଲା ବୋଲି ସେ କହିଛନ୍ତି  । ରାଷ୍ଟ୍ରୀୟ ସଂସ୍ଥା ଗୁଡିକ ଆହାର ଯୋଜନାକୁ କାର୍ଯ୍ୟକାରୀ ପ୍ରଥମେ ରାଜି ହୋଇଥିଲେ କିନ୍ତୁ ଧର୍ମେନ୍ଦ୍ରଙ୍କ ଚାପରେ ଏହି ସଂସ୍ଥା ଗୁଡିକ ଶେଷରେ ଓହରି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଚାପରେ ନାଲକୋ, ମହାନଦୀ କୋଲ ଫିଲ୍ଡ, ରାଉରକେଲା ପ୍ଲାଣ୍ଟ ଆହାର ଯୋଜନା ପାଇଁ ସିଏସଆର ଫଣ୍ଡ ଦେବାକୁ ଫଛଘୁଞ୍ଚା ଦେଲେ । ଏହି ଟଙ୍କା କୁ ଧର୍ମେନ୍ଦ୍ର ବିହାରକୁ ଡାଇଭର୍ଟ କରିଦେଇଛନ୍ତି ବୋଲି ସସ୍ମିତ୍ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାବାସୀ ଏହାର  ଉଚିତ ଜବାବ ଦେବେ ।

ନିର୍ବାଚନରେ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାକୁ ଉଲ୍ଲଂଘନ କରୁଛି ବିଜେପି । ଆଚରଣ ବିଧି ଲାଗୁ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା କଥା ନୁହେଁ । କିନ୍ତୁ ବିଜେପି ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି । ଏମାନଙ୍କ ବିରୋଧରେ ବାରମ୍ବାର ସିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । ସିଇଓଙ୍କ ଉପରେ ବିଜେପି ଚାପ ପକାଉଛି । ଯେଉଁଥିପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଲୋକଙ୍କୁ ମଧ୍ୟ ଧମକାଉଛି ବିଜେପି, ଯେଉଁଥିପାଇଁ ଭୋଟ୍ ହାର କମୁଛି ବୋଲି ବିଜେଡି ଅଭିଯୋଗ ଆଣିଛି ।

ସମ୍ବନ୍ଧିତ ଖବର