ବିଜେଡି କହିଲା କେନ୍ଦ୍ରାପଡାବାସୀଙ୍କୁ ଠକିବା ପାଇଁ ଚକ୍ରାନ୍ତ କରୁଛନ୍ତି ବୈଜୟନ୍ତ ଓ ବିଜେପି

ଭୁବନେଶ୍ୱର ୨୪/୪: କେନ୍ଦ୍ରାପଡାବାସୀଙ୍କୁ ଉଭୟ ବୈଜୟନ୍ତ ଓ ବିଜେପି ମିଶି ଠକିବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଜି ଏକ ପ୍ରେସମିଟରେ ବିଜେଡି କହିଛି ଯେ ଡବଲ-ବି ମିଶି କେନ୍ଦ୍ରାପଡାବାସୀଙ୍କୁ ଠକିବା ପାଇଁ ଚାହୁଁଛନ୍ତି । ବିଜେଡି କହିଛି ଯେ ବୈଜୟନ୍ତ ୨୦୧୪ରେ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିଲେ । ଇମ୍ଫାର ଉପସଭାପତି ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ନିର୍ବାଚନ ସତ୍ୟପାଠରେ ଏହି ତଥ୍ୟ ଲୁଚାଇଥିଲେ ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ଯେ ଗତ ନିର୍ବାଚନରେ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ବୈଜୟନ୍ତ ଚଳିତ ବର୍ଷ ନିର୍ବାଚନରେ ପୁଣି କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରେସମିଟରେ ଦଳର ମୁଖପାତ୍ର ଡ. ସସ୍ମିତ୍‌ ପାତ୍ର, ଲେଲିନ୍‌ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି ଯେ ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନିଜେ ସେ ପ୍ରମାଣିତ କରିଛନ୍ତି । ଏଭଳି ଠକେଇ ଜରିଆରେ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଉଭୟ ବୈଜୟନ୍ତ ଓ ବିଜେପି କେନ୍ଦ୍ରାପଡ଼ାବାସୀଙ୍କୁ ଚିଟିଂ କରିବାକୁ ଚାହିଁଛନ୍ତି ।

ବିଜେଡି ଏହାମଧ୍ୟ କହିଛି ଯେ କେନ୍ଦ୍ରାପଡ଼ାବାସୀ ପୂର୍ବରୁ ଡବଲ ଇଞ୍ଜିନ୍‌ ନାଁ ଶୁଣିଥିଲେ । ଏବେ ଡବଲ୍‌-ବି ଅର୍ଥାତ୍ ବୈଜୟନ୍ତ ଏବଂ ବିଜେପି ମିଳିତ ଭାବେ ସେମାନଙ୍କୁ ଠକିବାକୁ ଯୋଜନା କରିଛନ୍ତି । ଧର୍ମେନ୍ଦ୍ରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର । ସେ କହିଛନ୍ତି ଯେ ଧର୍ମେନ୍ଦ୍ର ସବୁ ଜାଣି ମଧ୍ୟ ଚୁପ୍ ରହିଛନ୍ତି । ଧର୍ମେନ୍ଦ୍ର ଜାଣିଛନ୍ତି ଯେ ବୈଜୟନ୍ତଙ୍କ ଚିଟିଂ ସଂକ୍ରାନ୍ତରେ ମୁହଁ ଖୋଲିଲେ ତାଙ୍କ ନିଜର ଅପରାଧ ଲିଙ୍କ୍‌ ଘାଟାରେ ପଡ଼ିଯିବ । ଗ୍ୟାଙ୍ଗଷ୍ଟର୍‌ ଟିଟୋ ଏବଂ ଡି-ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର ଗୁମର ପଦାକୁ ଚାଲିଆସିବ । ତେଣୁ ଧର୍ମେନ୍ଦ୍ର ଏବଂ ତାଙ୍କ ବିଜେପି ଚୁପ ରହି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତଙ୍କ ଠକେଇକୁ ସମର୍ଥନ କରୁଛନ୍ତି ବୋଲି ବିଜେଡି ପ୍ରେସମିଟରେ କହିଛି । କହିରଖୁଛୁ ବୈଜୟନ୍ତଙ୍କ ନାମାଙ୍କନ ନାକଚ ନେଇ ସିଇଓଙ୍କୁ ଭେଟି ବୁଧବାର ଫେରାଦ ହୋଇଛି ବିଜେଡି ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…

କରୋନା ସହ ସତର୍କ ରହିବାକୁ ମୋଦି ଦେଲେ ପରାମର୍ଶ, ଏମିତି ଢଙ୍ଗରେ କହିଲେ ଅଜୟ ଦେବଗନ୍‌ଙ୍କ ଦିଲଓ୍ବାଲେ ଫିଲ୍ମର ଡାଇଲଗ୍‌…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !