ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ବିଜେପି ସରକାରକୁ ପୁଣି କାଠଗଡ଼ାରେ ଛିଡ଼ା କରାଇଛି ବିଜେଡି: ବର୍ଷକୁ ୨ କୋଟି ଚାକିରି କେବଳ ଭାଷଣବାଜି

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ଭୋଟ ପୂର୍ବରୁ କେନ୍ଦ୍ରର ବିଜେପି ସରକାରକୁ ପୁଣି କାଠଗଡ଼ାରେ ଛିଡ଼ା କରାଇଛି ବିଜେଡି । ଓଡ଼ିଶାବାସୀଙ୍କୁ ବିଜେପି ସରକାର ପ୍ରତାରିତ କରିଛି । ୨୦୧୪ ନିର୍ବାଚନ ପୂର୍ବରୁ ଇସ୍ତାହାରରେ ଦେଇଥିବା ସବୁ ପ୍ରତିଶ୍ରୁତିରେ କେନ୍ଦ୍ର ସରକାର ଫେଲ୍‌ ମାରିଛି । କୌଣସି ଗୋଟିଏ ପ୍ରତିଶ୍ରୁତି ପୂରଣ ନକରି କେବଳ ଭୁଆଁ ବୁଲାଇଛି । ଏବେ ପୁଣି ବିଜେପି ପ୍ରତିଶ୍ରୁତି ସମାବେଶ କରୁଛି । ବାସ୍ତବରେ ଏହା ପ୍ରତିଶ୍ରୁତି ନୁହେଁ, ପ୍ରତାରଣାର ସମାବେଶ । ବିଜେପି ବାସ୍ତବରେ ଯେ ଭାରତୀୟ ଜୁମ୍‌ଲା ପାର୍ଟି, ଏହା ପ୍ରମାଣିତ କରିଛି । ଏମିତି ଅଭିଯୋଗ ଆଣି ବିଜେପି ସରକାରକୁ ଘେରିଛି ବିଜେଡି ।
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଓ ବିଜୁ କୃଷକ ଜନତା ଦଳ ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା ବିଜେପି ସରକାର ଉପରେ ବର୍ଷିଛନ୍ତି । ବିଜେଡିର ଏ ଦୁଇ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି, ବିଜେପି ଓ ତାଙ୍କ ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ଚକ୍ରାନ୍ତ ରଚି ଚାଲିଛନ୍ତି । ଏବେ ପ୍ରତିଶ୍ରୁତି ସମାବେଶ ନାଁ ରେ ନିର୍ବାଚନ ପାଖେଇ ଆସୁଥିବାରୁ ନୂଆ ଚାଲ୍‌ ଚଳାଇଛନ୍ତି । ଏ ମିଛ ପ୍ରତିଶ୍ରୁତିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିର କଡ଼ା ଜବାବ ଆସନ୍ତା ନିର୍ବାଚନରେ ଦେବେ ।
ବିଜେଡି ଅଭିଯୋଗ କରିଛି, ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ କେନ୍ଦ୍ରରେ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବ । । ଇତିମଧ୍ୟରେ ୫ ବର୍ଷ ବିତିଲାଣି । କେନ୍ଦ୍ରରେ ସରକାର ଥାଇ ମଧ୍ୟ ଏ ସଂପର୍କରେ ବିଜେପି ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରତିବର୍ଷ ୨ କୋଟି ଚାକିରି ଦେବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ । ସର୍ବଭାରତୀୟ ଅନୁପାତରେ ଓଡ଼ିଶା ଯୁବକ ଯୁବତୀଙ୍କୁ ୩୬ ଲକ୍ଷ ଚାକିରି ମିଳିବା କଥା । ମାତ୍ର ଏହା କେବଳ ଭାଷଣରେ ସୀମିତ ରହିଛି । ସରକାରକୁ ଆସିଲେ ପ୍ରତି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ବିଜେପି ଦମ୍ଭ ଦେଖାଇ କହିଥିଲା । ମାତ୍ର ୧୫ଲକ୍ଷ ଟଙ୍କା ତ ଦୂରର କଥା, ବିମୁଦ୍ରାକରଣ ଯୋଗୁ ଲୋକେ ଯାହା ହଟହଟା ହେଲେ ତାହା ସମସ୍ତଙ୍କୁ ଜଣା ଅଛି ।
କେନ୍ଦ୍ରକୁ ଟାର୍ଗେଟ୍‌ କରି ଶ୍ରୀ ଦାସବର୍ମା ଓ ଜେନା କହିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି ପାଇଁ ବିଜେପିର ପ୍ରତିଶ୍ରୁତି ଫମ୍ପା ଆୱାଜ ପାଲଟିଛି । ବିଧାନସଭାରେ ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ସଂକଳ୍ପ ପ୍ରସ୍ତାବ ପାରିତ ହେଲା । ମାତ୍ର ବିଧାନସଭା କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାକୁ ସମୟ ଦେଲେନି । ଏହା ଆମ ଚାଷୀକୂଳ ପ୍ରତି ପ୍ରତାରଣା ନୁହେଁ କି? ସ୍ୱାମୀନାଥନ୍‌ କମିଟି ସୁପାରିଶ ଲାଗୁ କରିବାକୁ କେନ୍ଦ୍ର କାହିଁକି କୁନ୍ଥକୁନ୍ଥ ।
ଦରଦାମ ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଜେପି ସରକାର ବିଫଳ ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‌ ଦରର ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଫେଲ୍‌ ମାରିଛନ୍ତି । ଉଜ୍ୱଳା ଦୁର୍ନୀତି ଆଜି ସମୟର ସବୁଠାରୁ ବଡ଼ ସ୍କାମ୍‌ । ମହାନଦୀ, ପୋଲାଭରମ୍‌, କୋଷ୍ଟାଲ୍‌ ହାଇୱେ, ୩୩ଟି ଯୋଜନାରେ ଅର୍ଥକାଟ, ୮ଟି ଯୋଜନାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବା ବିଜେପିର ପ୍ରତାରଣାର ମୁଖ୍ୟାଂଶ । ବିଆରଜିଏଫ୍‌, କେବିକେ, ଆଇଏପି ଭଳି ବିଭିନ୍ନ ଯୋଜନାଗୁଡିକ ଯାହା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କୁ ବିକଶିତ କରୁଥିଲା, ତାହାକୁ ମଧ୍ୟ ବିଜେପି ସରକାର ବନ୍ଦ କରିଦେଲେ । କୋଇଲା ବ୍ଲକ ନିଲାମ କ୍ଷେତ୍ରରେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶା କେବଳ ୩୭୦ କୋଟି ଟଙ୍କା ପାଇଛି ।
ରେଳବାଇ କ୍ଷେତ୍ରରେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ସରକାର ଓଡ଼ିଶା ଠାରୁ ଆଦାୟ କରୁଥିବା ବେଳେ କେବଳ ୨ ହଜାର କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରୁଛି । କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିଆଲ୍‌ କରିଡରରୁ ଆମକୁ ବଞ୍ଚିତ କରିଛନ୍ତି । ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲା ଠାରେ ଇସ୍ପାତ ମେଡିକାଲ୍‌କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‌ କଲେଜରେ ପରିଣତ କରିନାହାନ୍ତି ।

{"id":3126,"width":664,"height":187}


ବିଜେଡି ଦର୍ଶାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ଓଡ଼ିଶାରେ ଗତ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଘର ନିର୍ମାଣ କରାଯାଇ ଓଡ଼ିଶାବାସୀଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବାରେ ସଫଳ ହୋଇଛି । ଗତ ୫ବର୍ଷ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ବାସ ଉପଯୋଗୀ ଜମି ୧ଲକ୍ଷ ୨୦ ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ପରିବାରଙ୍କୁ ଜମି ପଟ୍ଟା ଦେଇଛନ୍ତି । ସହରାଞ୍ଚଳରେ ଜାଗା ଯୋଜନା ମାଧ୍ୟମରେ ୩୦ ହଜାର ପଟ୍ଟା ବସ୍ତିବାସିନ୍ଦାଙ୍କୁ ସରକାର ଯୋଗାଇଥିବା ବେଳେ ଆହୁରି ୩୦ ହଜାର ଜମି ପଟ୍ଟା ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ । ଜଙ୍ଗଲ ଅଧିକାର ଆଇନ୍‌ରେ ରାଜ୍ୟ ସରକାର ୪ ଲକ୍ଷ ଜଙ୍ଗଲ ଜମି ପଟ୍ଟା ଦେଇଛନ୍ତି । ୧୦ବର୍ଷ ମଧ୍ୟରେ ୪୧ ହଜାର ଗାଁ ରାସ୍ତା ନିର୍ମାଣ କରିବା ସହ ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କରି ସ୍ୱାବଲମ୍ବୀ କରିବାରେ ଓଡ଼ିଶା ନୂଆ ଉଦାହରଣ ସୃଷ୍ଟି କରିଛି । ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ ନାଗରିକ ବା ଶିଶୁଙ୍କ କ୍ଷେତ୍ରରେ ହେଉ, ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

{"id":3127,"width":543,"height":272}
source:www.ommcomnews.com

ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି: ବିଜେପି
କେନ୍ଦ୍ର ଉପରେ ବିଜେଡିର ମିଥ୍ୟା ଆରୋପ ପ୍ରସଙ୍ଗରେ କାଉଣ୍ଟର କରିଛି ବିଜେପି । ୧୯ ବର୍ଷ ଶାସନର ବିଫଳତା ପଦାରେ ପଡିି଼ବା ପରେ ଏବେ ଶାସକ ଦଳ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଦଳ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି, ଧାନ ସହାୟକ ମୂଲ୍ୟକୁ ନେଇ ଶାସକ ଦଳ ସମାଲୋଚନା କରୁଛି । ହେଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍‌ ଚାଷୀଙ୍କୁ ମିଳୁନି । କେନ୍ଦ୍ରରୁ ଆସୁଥିବା ୧୭୫୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ଦିଆଯାଉନି । ଶାସକ ଦଳର ମୁଖପାତ୍ରମାନେ ଏସବୁର ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଶାସକଦଳର କିଛି ନେତାଙ୍କ ଖଳନାୟକ ଭୂମିକା ଯୋଗୁଁ କୋଷ୍ଟାଲ ହାଇୱେରେ ବିଳମ୍ବ ଘଟୁଛି । ଖୁବ ଶୀଘ୍ର ଦସ୍ତାବିଜ୍‌ ଓ ପ୍ରମାଣ ସହ ଏହି ଚକ୍ରାନ୍ତର ପର୍ଦ୍ଦାଫାଶ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଉଜ୍ଜଳା ମାମଲାରେ ବିଜେଡିକୁ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡର ଘାରିଛି । ୩୭ ଲକ୍ଷ ହିତାଧିକାରୀ ଉଜ୍ଜଳାରେ ଓ ଏହାର ୭୩ ପ୍ରତିଶତ ରିଫିଲ ନେଇଛନ୍ତି । ଶାସକ ଦଳର ବିଫଳତାକୁ ନେଇ ସାରା ରାଜ୍ୟରେ ବଢୁଥିବା ଜନ ବିରୋଧ ଏବେ ରାଜନୈତିକ ଆନ୍ଦୋଳନରେ ପରିଣତ ହେଉଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.