PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ହିଂସାରୁ ନଜର ହଟାଇବାକୁ କଂଗ୍ରେସ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର ୨୮/୧୨: କଂଗ୍ରେସ-ବିଜେଡି ଭିତରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଆଜି ବିଜେଡି ସରକାର ବିରୋଧରେ ବର୍ଷିଥିଲା । ଏହାର କିଛି ସମୟ ପରେ ବିଜେଡି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଆକ୍ରମଣ କରିଛି । ବିଜେଡି କହିଛି, ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦବେଳେ ହିଂସାର ଆଶ୍ରୟ ନେଇଥିଲେ । ଏହି ଘଟଣାରୁ ଗଣମାଧ୍ୟମର ନଜର ହଟାଇବାକୁ କଂଗ୍ରେସ ଏବେ ପ୍ରୟାସ କରୁଛି । ସେଥିପାଇଁ ରାଜ୍ୟ ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଉଠାଉଛି ବୋଲି ବିଜେଡି କହିଛି ।

ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ବିଜେଡି ସରକାରକୁ ପ୍ରଶ୍ନ କରିବା ଆଗରୁ କଂଗ୍ରେସ ପ୍ରଥମେ ନିଜର ଆତ୍ମ ସମୀକ୍ଷା କରିବା ଦରକାର । କଂଗ୍ରେସ ଦଳ ଗାନ୍ଧିଜୀଙ୍କ ନୀତିରେ ବିଶ୍ୱାସ କରୁଥିବା କହୁଛି । ହେଲେ ବନ୍ଦ ପାଳନ ସମୟରେ କିଭଳି ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ହାତରେ ପେଟ୍ରୋଲ, ଡିଜେଲ ଧରି ବୁଲୁଛନ୍ତି, ତାହା ଅନୁଶୀଳନ କରିବା ଆବଶ୍ୟକ ।

ସସ୍ମିତ କହିଛନ୍ତି, ବିଜେଡି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରିପାରୁନଥିବା ଅନୁଭୂତ ହେଉଛି । କଂଗ୍ରେସ ନେତାମାନେ ୟୁପିଏ ସରକାର ମନ୍ତ୍ରୀମାନଙ୍କୁ ଏ ବାବଦରେ ପଚାରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ୨୦୧୦-୧୧, ୨୦୧୨-୧୩, ୨୦୧୩-୧୪ର କୃଷି କର୍ମଣ ପୁରସ୍କାରଠାରୁ ଆରମ୍ଭ କରି ବାତ୍ୟା ଫାଇଲିନ୍‌ର ସଫଳ ମୁକାବିଲା ଲାଗି ଜାତିସଂଘରୁ ଆନ୍ତର୍ଜାତିକ ସ୍ତରର ପ୍ରଶଂସାପତ୍ର ପାଇଛି ।

ଏଥିସହିତ ରେକର୍ଡ ପରିମାଣର ୨୦ ଲକ୍ଷ ପକ୍କା ଘର ଓ ୪୧ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଛନ୍ତି । ବିଶ୍ୱକପ ହକିର ସଫଳ ଆୟୋଜନ ସହିତ ଜାଗା ମିଶନର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସ୍କଚ୍‌ ହାବିଟାଟ୍‌ ପୁରସ୍କାର ମିଳିଛି । ଓଡ଼ିଶା ଆଗକୁ ବଢ଼ି ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଉପରେ ଓଡ଼ିଶାବାସୀ ବିଶ୍ୱାସ କରନ୍ତି । ଅପରପକ୍ଷରେ ରାଜ୍ୟବାସୀ ନିର୍ବାଚନରେ କଂଗ୍ରେସକୁ ତାହାର ପ୍ରକୃତ ସ୍ଥାନରେ ଥୋଇ ଦେଇଛନ୍ତି । ନିର୍ବାଚନୀ ପରାଜୟରେ ହତାଶ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ବର୍ଷୁଛି ବୋଲି ଅଭିଯାଗ କରିଛନ୍ତି ସସ୍ମିତ ।