ବିହାର ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ ହେଲେ ଶାହନବାଜ ଓ ରାଜୀପ ପ୍ରତାପ

ନୂଆଦିଲ୍ଲୀ ୧୮/୧୦: ବିଜେପି ଶନିବାର(୧୭ ଅକ୍ଟୋବର) ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ନିଜ ଷ୍ଟାର ପ୍ରଚାରକଙ୍କ ଏକ ନୂଆ ତାଲିକା ଜାରି କରିଛି । ଏହି ତାଲିକାରେ ବିହାର ସାରଣରୁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରେଡ୍ଡି, ସିନିୟର ଲିଡର ଶାହନବାଜ ହୁସେନଙ୍କ ନାଁ ସାମିଲ କରାଯାଇଛି । ଏହା ପୂର୍ବରୁ ତାଲିକାରେ ଉଭୟଙ୍କ ନାଁ ନଥିଲା ।

ନିର୍ବାଚନ ପାଇଁ ବିଜେପିର ୩୦ ଷ୍ଟାର୍ ପ୍ରଚାରକଙ୍କ ତାଲିକାରେ ପ୍ରଥମ ସ୍ଥାନରେ ନରେନ୍ଦ୍ର ମୋଦି ଅଛନ୍ତି । ଦ୍ୱିତୀୟ ସ୍ଥାନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅଛନ୍ତି । ତୃତୀୟ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଚତୁର୍ଥ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ ଅଛନ୍ତି । ୫ମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କୁ ରଖାଯାଇଛି । ଏମାନଙ୍କ ବ୍ୟତୀତ ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବନ୍ଦ୍ର ଫଡନବିଶ୍, ସାଂସଦ ତଥା ପୂର୍ବ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହ ମଧ୍ୟ ବିହାର ବିଧାନସଭା ନିର୍ବାଚନ ୨୦୨୦ର ଷ୍ଟାର ପ୍ରଚାରକ ଅଛନ୍ତି ।

   ସମ୍ବନ୍ଧିତ ଖବର


ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ଫେସବୁକ୍‌ ଇଣ୍ଡିଆର ପଲିସି ହେଡ ଆଂକ୍ଷୀ ଦାସଙ୍କ ଇସ୍ତଫା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ