PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

ଭେଳିକି ଦେଖାଇ ଭୂଆଁ ବୁଲାଇବା ବନ୍ଦ କର: ବିଜେପି

ଭୁବନେଶ୍ବର,13।1(ବୁୟରୋ): ଚିଟ୍ ଫଣ୍ଡ ମାଧ୍ୟମରେ ବିଜେଡି ସରକାର ଓଡ଼ିଶାବାସୀଙ୍କୁ ଲୁଟିଛି। କେବଳ ଓଡ଼ିଶା ନୁହେଁ ଗରିବ ଓଡ଼ିଆଙ୍କୁ ସୁରଟରେ ଲୁଟି ଅଧିକ ସୁଧ ପାଇବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଚିଟ୍ଫଣ୍ଡ ଲୁଟେରାମାନେ ଶାସକ ଦଳର ମୁଖ୍ୟ କାର୍ପଟଦାର ସାଜିଛନ୍ତିି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ ଆଣିଛନ୍ତି। ଏବେ ସରକାର କ୍ଷତିଗ୍ରସ୍ତଙ୍କୁ କର୍ପସ ପାଣ୍ଠିରୁ କ୍ଷତିପୂରଣ ଦେବେ ବୋଲି ମିଛ କହି ଭୂଆଁ ବୁଲାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ରାଜ୍ୟ କାର୍ଯ୍ୟ।ଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଶାସକ ଦଳର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଖୋଦ ମୁଖ୍ୟମନ୍ତ୍ରୀ ରାଜ୍ୟର ବହୁ ଚିଟଫଣ୍ଡ ସଂସ୍ଥା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସିବିଆଇ ଜାଲରେ ଶାସକ ଦଳର ବିଧାୟକ, ସାଂସଦ ଜେଲ୍ ଯାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଯୋଗାଇଛନ୍ତି। 2 ବର୍ଷ ତଳେ ଲୋକଦେଖାଣିଆ ଭାବେ ତଦନ୍ତ ନାଁରେ ଗରିବ ଲୋକଙ୍କ ଚିଟଫଣ୍ଡ ପଇସା ଫେରସ୍ତ ପାଇଁ ଜଷ୍ଟିସ ଏମ୍. ଏମ୍. ଦାସ କମିସନ ବସାଇଥିଲେ। ବର୍ତ୍ତମାନ ସୁଦ୍ଧା 13 ଲକ୍ଷ 50 ହାଜାର ସତ୍ୟପାଠ ଦାଖଲ ପରେ ବି ଜଣଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିଲା ନାହିଁ। ନିର୍ବାଚନ କମିସନଙ୍କ ମିଥ୍ୟା ସତ୍ୟପାଠ ଦେଇଥିବା ନବୀନ ବାବୁଙ୍କ ଭାଗ୍ୟ ଏବେ ଝୁଲୁଛି । ରାଜ୍ୟ ସରକାର ଆଉ ଭୂଆଁ ନବୁଲାଇ 20 ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତୁରନ୍ତ ପଇସା ଫେରସ୍ତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ ଦାବି କରିଛନ୍ତି।
ସିବିଆଇ ପ୍ରସଙ୍ଗରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତିି, ସିବିଆଇ ସଂସ୍ଥାର ଗରିମା ରକ୍ଷା କରିବାକୁ ହେଲେ ବଳିଷ୍ଠ ନିଷ୍ପତ୍ତି ନେବାକୁ ପଡ଼ିଥାଏ। କିନ୍ତୁ ଶାସକ ବିଜେଡିର ଯୁବ ବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ ସିବିଆଇ ଉପରେ ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଦୁର୍ଭ।ଗ୍ୟଜନକ। ସିବିଆଇ ଭୟରେ ମୁଖ୍ୟମନ୍ତ୍ରୀ ଅରୂପ ବାବୁଙ୍କ ଜରିଆରେ ଆତ୍ମରକ୍ଷାର ବଳୟ ଆଗରୁ ସୃଷ୍ଟି କରିବା ପାଇଁ ବୃଥା ପ୍ରୟାସ କରୁଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାବାସୀ ଠିକ୍ ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ ଚେତାବନୀ ଦେଇଛନ୍ତି।