PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିରୋଧୀଙ୍କ ସହିତ ସ୍ୱର ମିଳାଇଲେ ବିଜେପି ସହଯୋଗୀ ନୀତୀଶ କୁମାର, ପେଗାସସ ଯାସୁସିର ତଦନ୍ତ ସହ ସଂସଦରେ ଆଲୋଚନା ପାଇଁ ଦାବି କଲେ

pic-indiatoday

ପାଟନା: ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଲା ବିଜେପି ସହଯୋଗୀ ଦଳ ଜେଡିୟୁ। ପେଗାସସ୍ ଯାସୁସି ମାମଲାରେ ତଦନ୍ତ ସପକ୍ଷରେ ମତ ରଖିଛନ୍ତି ବିହାର ବିଜେପି ସହଯୋଗୀ ଦଳ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସୋମବାର ଏହି ମାମଲାରେ ତଦନ୍ତ ଦାବି କରିଛନ୍ତି ବିହାର ନୀତୀଶ।

ଏନେଇ ସେ କହିଛନ୍ତି “ବାସ୍ତବରେ ଏକ ତଦନ୍ତ ହେବା ଉଚିତ୍। ଗତ କିଛିଦିନ ହେଲା ଟେଲିଫୋନ୍ ଟ୍ୟାପିଂ ନେଇ ଆମେ ଶୁଣିବାକୁ ପାଉଛୁ। ସଂସଦରେ ଏସମ୍ପର୍କରେ ଆଲୋଚନା ହେବା ନିହାତ ଆବଶ୍ୟକ। ଏଥିପାଇଁ ଗତ କିଛିଦିନ ହେବ ବିରୋଧୀ ମଧ୍ୟ ବାରାମ୍ବାର କହି ଆସୁଛି। ତେଣୁ ଏହା ନିହାତି ହେବା ଆବଶ୍ୟକ।”

ଅନ୍ୟପଟେ ନୀତୀଶଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ ନୀତୀଶଙ୍କୁ ଚେର୍ଚ୍ଛା ଟାର୍ଗେଟ୍ କରିଛନ୍ତି ଆର୍‌ଜେଡିର ଟାଣୁଆ ନେତା ମନୋଜ ଝା। ସେ କହିଛନ୍ତି “ମୋର ତାଙ୍କ ପାଖରେ ଏତିକି ଅନୁରୋଧ ଯେ ସେ ତାଙ୍କ ଦାବିରେ ଅଟଳ ରୁହନ୍ତୁ। ମୁଁ ଆଶା କରେ ଯେ ସେ ପରମୁହୂର୍ତ୍ତରେ କୌଣସି ଚାପରେ ଆସିବେ ନାହିଁ କି ତାଙ୍କ ବୟାନକୁ ଭଲ୍‌ଭାବେ ଦର୍ଶାଯାଇଛି ବୋଲି କହିବେ ନାହିଁ।”

ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଘଟଣାରେ ତଦନ୍ତ ଦାବି କରିଛନ୍ତି। ଏବଂ ଏହି ଘଟଣାରେ ତଦନ୍ତ କରିବା ପାଇଁ ଦୁଇ ଜଣିଆ କମିଟି ମଧ୍ୟ ଗଠନ କରିଛି ଟିଏମ୍‌ସି। ଏହି କମିଟି ବଙ୍ଗରେ ହୋଇଥିବା ବେଆଇନ୍‌ ବ୍ୟାକିଂ,ଟ୍ରାକିଂ ଏବଂ ମୋବାଇଲ୍ ଫୋନ୍ ରେକର୍ଡିଂର ଯାଞ୍ଚ କରିବ ବୋଲି ମମତା କହିଛନ୍ତି। କେନ୍ଦ୍ର ସରକାର ପେଗାସସ୍‌ ମାମଲାରେ ଯାଞ୍ଚ ପାଇଁ ଅନିଚ୍ଛୁକ ହେବାରୁ ବାଧ୍ୟ ହୋଇ କମିଟି ଗଠନ କରିବାକୁ ପଡ଼ିଲା ବୋଲି ମମତା କହିଛନ୍ତି।

ଅନ୍ୟପଟେ କେନ୍ଦ୍ର ସରକାର ଏହି ମାମଲାରେ କୌଣସି ଆଲୋଚନା କରିବାକୁ ସମସ୍ତ ଦାବିକୁ ଅଗ୍ରାହ୍ୟ କରିବା ପରେ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି ବିରୋଧୀ। ଏନେଇ ଗତକାଲି ସମସ୍ତ ବିରୋଧୀ ଦଳର ସାଂସଦଙ୍କୁ ସକାଳ ଜଳିଖିଆ ବୈଠକରେ ଡାକିଛନ୍ତି। ସଂସଦରେ ନିକଟରେ ଥିବା କନଷ୍ଟିଟ୍ୟୁସ୍‌ନାଲ କ୍ଲବରେ ବିରୋଧୀଦଳର ସାଂସଦଙ୍କ ମଧ୍ୟରେ ଏହି ବୈଠକ ହେବ। ତେବେ କେବଳ ବୈଠକ ହେବନି, ଗତକାଲି ବିରୋଧୀଦଳର ସାଂସଦମାନେ ସଂସଦରେ ଏନେଇ ଏକ ବିକ୍ଷୋଭ ପଦଯାତ୍ରା ମଧ୍ୟ କରିବେ।

ସମ୍ବନ୍ଧିତ ଖବର