ବୁଥ୍ କ୍ୟାପଚରିଂ ଅଭିଯୋଗ ଆଣିଲା ବିଜେପି, ଏକ ନିର୍ଦ୍ଦିଷ୍ଟ ଗଣମାଧ୍ଯମ ବିରୋଧରେ ବିଜେଡିର ଅଭିଯୋଗ

ଭୁବନେଶ୍ୱର ୨୯/୪: ଆଜି ନିର୍ବାଚନର ଚତୁର୍ଥ ତଥା ଶେଷ ପର୍ଯ୍ଯାୟ ନିର୍ବାଚନ । ତେବେ ଆଜି ମଧ୍ଯ ସିଇଓଙ୍କୁ ଭେଟି ବିଜେପି ଓ ବିଜେଡି ଫେରାଦ ହୋଇଛନ୍ତି । ବୁଥ୍ କ୍ୟାପଚରିଂ ନେଇ ଫେରାଦ ହୋଇଛି ବିଜେପି । ଅନ୍ଯପଟେ କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି ।

ଆଳି ସିଙ୍ଗିରି ବଜାର ବୁଥ୍ କ୍ଯାପଚରିଂ ନେଇ ସିଇଓଙ୍କ ନିକଟରେ ବିଜେପି ଫେରାଦ ହୋଇଛି । ସିଇଓଙ୍କ ନିକଟରେ ଫେରାଦ ହୋଇ ବିଜେପି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ବିଜେଡି ଗୁଣ୍ଡା ଓ ସମର୍ଥିତ ପୋଲିଂ କର୍ମଚାରୀ ବୁଥ୍ କ୍ୟାପଚରିଂ କରିଛନ୍ତି । ତେବେ ଏହାର ପ୍ରମାଣ ସୂରୁପ ସିଇଓଙ୍କୁ ଏକ ଭିଡିଓ ସିଡି ମଧ୍ଯ ପ୍ରଦାନ କରିଛି ବିଜେପି ଟିମ୍ । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ କେନ୍ଦ୍ରୀୟ ଫୋର୍ସ ମୁତୟନ ଦାବି କରିଛି ଦଳ ।

ବିଜେଡି ମଧ୍ଯ ସିଇଓଙ୍କୁ ଭେଟି ଫେରାଦ ହୋଇଛି । ବିଜେଡି ଅଭିଯୋଗ କରିଛି ଯେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ଯମ ଏବେ ବି ବୈଜୟନ୍ତଙ୍କ ପ୍ରଚାର କରୁଛି । କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ଗଣମାଧ୍ଯମର ପ୍ରତିନିଧିମାନେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା ମଧ୍ଯ କରୁଥିବା ଅଭିଯୋଗ ଆଣିଲା ବିଜେଡି ଟିମ୍ । ଏହା ସହ ବୈଜୟନ୍ତଙ୍କ ଜଣେ ସମର୍ଥକ ଜଣେ ଯୁବକଙ୍କୁ ଆକ୍ରମଣ କରିଥିବା ମଧ୍ଯ ଅଭିଯୋଗ କରିଛି ବିଜେଡି ।

   ସମ୍ବନ୍ଧିତ ଖବର


କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ