ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର ୧୮/୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେପି  ଓ ବିଜେଡି । ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ବିଜେପି ଟିମ୍ ସିଇଓଙ୍କୁ ଭେଟିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଭିନ୍ନ ସ୍ଥାନରେ ହୋଇଥିବା ନିର୍ବାଚନୀ ହିଂସା ନେଇ CEOଙ୍କ ଦୃଷ୍ଟି ଆକର୍ଷଣ କଲା ଦଳ । ଭଞ୍ଜନଗର, ସୋରଡା, ଆସ୍କା,ଭୁବନେଶ୍ବରରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ଆଜି ରାଧାରାଣୀ ପଣ୍ଡା ଓ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇଛି । ଏନେଇ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି କରିଛି ଦଳ ।

ଅନ୍ୟପଟେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ସମ୍ବଲପୁର ବସ୍ତି ଅଞ୍ଚଳରେ ବିଜେପି ପକ୍ଷରୁ ପ୍ରତିଶୃତି ପତ୍ର ବଣ୍ଟା ଯାଇଥିବା ଅଭିଯୋଗ ଆଣିଲା ଦଳ । ବିମାନବନ୍ଦର, ରାଷ୍ଟ୍ରାୟତ ସଂସ୍ଥାମାନଙ୍କରେ କେନ୍ଦ୍ରୀୟ ନେତାଙ୍କ ହୋର୍ଡିଂ ଲଗାଯାଇଛି । ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

   ସମ୍ବନ୍ଧିତ ଖବର


ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଲା ୧୨ ବର୍ଷ, ଆତଙ୍କବାଦୀଙ୍କ ସ୍ମୃତିରେ ପାକିସ୍ତାନରେ ଲସ୍କର ପକ୍ଷରୁ ପ୍ରାର୍ଥନା ସଭା

ଠିକ୍ ସମୟରେ ଗାଁ ଗାଁରେ ପହଞ୍ଚିବ କରୋନା ଭ୍ୟାକସିନ, ରାଜ୍ୟକୁ କେନ୍ଦ୍ର ପଠାଇଲା ଏମିତି ଯୋଜନା…

ନିବାର ବାତ୍ୟା ଯୋଗୁଁ ଚେନ୍ନାଇ-ସନ୍ତରାଗାଛି ସ୍ପେଶାଲ୍ ଟ୍ରେନ୍‌‌ ବାତିଲ

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ