ସିଇଓଙ୍କୁ ଭେଟି ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର ୨୮/୪: ସିଇଓଙ୍କୁ ଭେଟିଲେ ବିଜେପି ଓ ବିଜେଡି । ସିଇଓଙ୍କୁ ଭେଟି ରବିବାର ଫେରାଦ ହୋଇଛନ୍ତି ୨ ଦଳ । ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛି । କେନ୍ଦ୍ରାପଡାରେ ଭୋଟରଙ୍କୁ ପ୍ରଭାବିତ ପାଇଁ ଉଦ୍ଯମ କରାଯାଉଥିବା ଅଭିଯୋଗ ଦଳ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାର ନେତା ନିର୍ବାଚନ କ୍ଷେତ୍ରରେ ରହିବେନି ବୋଲି ନିୟମ ଅଛି । କିନ୍ତୁ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୯୭ ବିଧାୟକ ଓ ମନ୍ତ୍ରୀ ଅଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବାକୁ ଧମକ ଦିଆଯିବା ସହ ଟଙ୍କା ବଣ୍ଟାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଅନ୍ଯପଟେ ବିଜେଡି ମଧ୍ଯ ସିଇଓଙ୍କୁ ଭେଟି ଫେରାଦ ହୋଇଛି । ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ବିଜେପି ପକ୍ଷରୁ ଭଏସ୍ କଲ୍ ଆସୁଥିବା ଅଭିଯୋଗ କଲା ଦଳ । ବ୍ଯାନ୍ ପିରିୟଡରେ ଭଏସ୍ କଲ୍ ଆସୁଥିବାରୁ ଏହାକୁ ବନ୍ଦ କରିବା ସହ ସେବା ଯୋଗାଉଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି