ଜଗତସିଂହପୁର ଲୋକସଭା ଓ ବଳକା ୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର ୬/୪: ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଜଗତସିଂହପୁର ଲୋକସଭା ପାଇଁ ଦଳ ବିଭୁ ତରାଇଙ୍କୁ ପ୍ରାର୍ଥୀ କରିଛି । ଜଗତସିଂହପୁର ଲୋକସଭା ସହିତ ଦଳ କେନ୍ଦ୍ରାପଡା ଓ କାକଟପୁର ବିଧାନସଭା ଆସନ ପାଇଁ ମଧ୍ଯ ପ୍ରାର୍ଥୀ ଘୋଷଣା କରିଛି । କେନ୍ଦ୍ରାପଡା ଆସନ ପାଇଁ ସୁନାକର ବେହେରାଙ୍କୁ ଓ କାକଟପୁର ପାଇଁ ରବି ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।
ଜଗତସିଂହପୁରରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ବିଭୁ ତରାଇ । ବିଭୁ ଗତ ବୁଧବାର ଟିକେଟ ବଣ୍ଟନକୁ ନେଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଭୁଙ୍କୁ ଦଳ ଚଳିତ ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଆସନରୁ ଟିକେଟ ଦେଇଥିଲା । ମାତ୍ର ସେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ଗୁରୁବାର ସେ ବିଜେପିରେ ଯୋଗ ଦେଇଥିଲେ । କାକଟପୁର ପାଇଁ ପ୍ରାର୍ଥୀ ହୋଇଥିବା ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ୍ ବିଜେଡିରୁ ଇସ୍ତଫା ଦେଇ ଶୁକ୍ରବାର ବିଜେପିରେ ମିଶିଥିଲେ ।