PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ କଂଗ୍ରେସ ନେତା , ଗିରଫ ଦାବି କଲେ ଗଡ଼କରୀ

ନୂଆଦିଲ୍ଲୀ,୧୮/୦୧: ପ୍ରଧାନମନ୍ତ୍ରୀଙ୍କୁ ମାରିବା ଏବଂ ଗାଳିଦେବାର ଭିଡିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଲେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ। ନାଗପୁରରେ ବିଜେପି ନେତା ଚନ୍ଦ୍ରଶେଖର ବାବନକୁଲ ଏହି ମାମଲାରେ ନାନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ନାନା ପଟୋଲେଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ମାମଲାରେ ମୁମ୍ୱାଇ ବିଜେପି ଅଧ୍ୟକ୍ଷ ମଙ୍ଗଲପ୍ରଭାତ ଲୋଢ଼ାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳ ଭଗତସିଂହ କୋଶୟାରୀଙ୍କୁ ଭେଟିଛନ୍ତି। ଲୋଢ଼ା କହିଛନ୍ତି ଯେ ଯଦି ଗୁରୁବାର ପର୍ଯ୍ୟନ୍ତ ନାନା ପଟୋଲେଙ୍କୁ ଗିରଫ କରାନଯାଏ ତେବେ ଆମେ ପୋଟେଲେଙ୍କ ବିରୋଧରେ ଧାରଣା ଦେବୁ।  

ସୂଚନାଥାଉକି, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ନାନା ପଟୋଲେ କହିଛନ୍ତି ଯେ ମୁଁ ମୋଦୀଙ୍କୁ ପିଟି ପାରିବି ଓ ଗାଳି ମଧ୍ୟ ଦେଇ ପାରିବି। ଏହାପରେ ପୋଟେଲେ କହିଛନ୍ତି ଯେ ଭଣ୍ଡାରା ଜିଲ୍ଲାର ଗ୍ରାମବାସୀଙ୍କ ସହ କଥା ହେବା ବେଳେ ସେହି ଗ୍ରାମର ଜଣେ ଗୁଣ୍ଡାକୁ କହିଥିଲେ ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହିନାହିଁ ବୋଲି ପଟୋଲେ କହିଛନ୍ତି।