କୋଭିଡ୍‌ ଚିକିତ୍ସାରେ ନିମ୍ନ ମାନର ଔଷଧ, ପିପିଇ କିଟ୍‌ ଦିଆଯାଉଛି: ଭୃଗୁ

ଭୂବନେଶ୍ୱର,୪/୦୮: କୋଭିଡ୍‌-୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ନିମ୍ନ ମାନର ଔଷଧ ଓ ପିପିଇ କିଟ୍‌ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।

ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି, କିଛି ଦିନ ହେଲାଣି ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅକ୍ସିଜେନ ଅଭାବରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି । ଗୋଟିଏ ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ପାଖାପାଖି ୧୦ ହଜାର ଟଙ୍କା । ମାତ୍ର ୨/୩ ଘଣ୍ଟାରେ ଅକ୍ସିଜେନ ସିଲିଣ୍ଡର ସରିଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ । ଆବଶ୍ୟକ ସମୟରେ ଅକ୍ସିଜେନ ସିଲିଣ୍ଡରର ଅଭାବରୁ ମୃତ୍ୟୁ ଘଟୁଛି ବୋଲି ମୃତକଙ୍କ ସଂପର୍କୀୟ ଅଭିଯୋଗ କରୁଛନ୍ତି ।

ପରିଚାଳନା ତ୍ରୁଟି କାରଣରୁ ଡାକ୍ତରଖାନାରେ ୨୪ଘଣ୍ଟିଆ ଡାକ୍ତରୀ ସେବା ମିଳୁନି । ଜିଲ୍ଲାରେ କୋଭିଡ୍‌ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍‌ ରହିଥିବା ବେଳେ ଅକ୍ସିଜେନ ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଚିନ୍ତାଜନକ । ରୋଗୀଙ୍କୁ ଦିଆଯାଉଥିବା ପାରାସିଟାମୋଲ ଓ ଆଜିଥ୍ରୋମାଇସିନ ଟାବଲେଟ୍‌, ପିପିଇ କିଟ୍‌ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ରୋଗୀଟି ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛି । ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ