ସିଇଓଙ୍କୁ ଭେଟିଲେ ବିଜେଡି, ବିଜେପି ଓ କଂଗ୍ରେସ

source:http://odishaheadlines.in
ଭୁବନେଶ୍ୱର ୧୭/୪: ସିଇଓଙ୍କୁ ବିଜେପି, ବିଜେଡି ଓ କଂଗ୍ରେସ ଟିମ୍ ଭେଟିଛନ୍ତି । ବୁଧବାର ସିଇଓଙ୍କୁ ୩ ଦଳ ଯଥା ବିଜେପି, ବିଜେଡି ଓ କଂଗ୍ରେସ ଟିମ୍ ଭେଟି ଫେରାଦ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଘସିପୁରାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଫେରାଦ ହୋଇଛି କଂଗ୍ରେସ । ରାଜ୍ଯ ପୋଲିସ ସୁରକ୍ଷା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇବା ସହ ସେଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ଦାବି କରିଛି ।
ଅନ୍ଯପଟେ ବିଜେଡି, ସିଇଓଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛି । ଫ୍ଲାଇଂ ସ୍କ୍ୱାଡକୁ ଧର୍ମେନ୍ଦ୍ରଙ୍କ ଦୁର୍ବ୍ଯବହାର ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ୨ ଦିନ ତଳେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ ବେଳେ ସେ କ୍ଷୁବ୍ଧ ହୋଇପଡ଼ିଥିଲେ । ଏପରିକି ଧର୍ମେନ୍ଦ୍ର ଫ୍ଲାଇଂ ସ୍କ୍ୱାଡକୁ ପରିଚୟପତ୍ର ଦେଖାଇବାକୁ କହିଥିଲେ ।
କହିରଖୁଛୁ ପୂର୍ବରୁ ବିଜେପି ମଧ୍ୟ ସିଇଓଙ୍କୁ ଭେଟିସାରିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସୋସିଆଲ ମିଡିଆରେ ଅଚ୍ୟୁତ ସାମନ୍ତଙ୍କ ପାଇଁ ଦୂତୀ ଚାନ୍ଦ ପ୍ରଚାର ପ୍ରସଙ୍ଗରେ ଦୂତୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେପି । ଏହା ସହ ବିଜେପି ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।