ସିଇଓଙ୍କୁ ଭେଟି ଫେରାଦ ହେଲେ ବିଜେପି, ବିଜେଡି ଓ କଂଗ୍ରେସ

source:http://odishaheadlines.in
ଭୁବନେଶ୍ୱର ୧୯/୪: ସିଇଓଙ୍କ ନିକଟରେ ଫେରାଦ ହେଲେ ବିଜେପି, ବିଜେଡି ଓ କଂଗ୍ରେସ । ଶୁକ୍ରବାର ସିଇଓଙ୍କ ନିକଟରେ ୩ ଦଳ ଫେରାଦ ହୋଇଛନ୍ତି । ନିର୍ବାଚନୀ ହିଂସା ନେଇ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ।
ସୋରଡା ବିଧାୟକ ପ୍ରାର୍ଥୀଙ୍କ ଗିରଫ ଦାବିକୁ ଆପତ୍ତି କରିଛି ବିଜେପି । ବିଧାୟକ ପ୍ରାର୍ଥୀ ନୀଳମଣି, ଇଭିଏମ୍ ଭାଙ୍ଗି ନାହାନ୍ତି ବୋଲି ବିଜେପି ଦାବି କରିଛି । ବିଜେଡି ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟାଉଛି ବୋଲି ଅଭିଯୋଗ କରିଛି ବିଜେପି ।
ତେବେ ବିଜେଡି ଏନେଇ ପ୍ରତିକ୍ରିୟା ରଖିବା ସହ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି । ବିଜେପି ରାଜନୈତିକ ହିଂସାରେ ସମ୍ପୃକ୍ତ ବୋଲି ଦାବି କରିଛି ବିଜେଡି । ଅନ୍ଯପଟେ କଟକ ନିର୍ବାଚନକୁ ନେଇ CEOଙ୍କୁ ଭେଟିଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି ଯେ ପୋଲିସ, କଂଗ୍ରେସ କର୍ମୀଙ୍କୁ ଉଦ୍ଦେଶ୍ଯମୂଳକ ଭାବେ ଗିରଫ କରୁଛି । ଏହାସହ ବିଜେଡି ଇସାରାରେ ପୋଲିସ କାମ କରୁଛି ବୋଲି କଂଗ୍ରସ ଅଭିଯୋଗ କରିଛି ।