ବିଜେପିରେ ଯୋଗ ଦେଇ ପାରନ୍ତି ଅଭିନେତ୍ରୀ ଜୟାପ୍ରଦା !

ପୂର୍ବତନ ସାମଜବାଦୀ ପାର୍ଟିର ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି। ମିଳିଥିବା ଖବର ଅନୁସାରେ, ଜୟାପ୍ରଦାଙ୍କୁ  ବିଜେପି ରାମପୁରରୁ ଲୋକସଭା ନିର୍ବାଚନ ପ୍ରାର୍ଥୀ କରାଇବେ। ସତ କଥାହେଲା କି ଜୟାପ୍ରଦା ରାମପୁର ଆସନରୁ ସମାଜବାଦୀ ପାର୍ଟି (ସପା)ର ସାଂସଦ ରହି ସାରିଛନ୍ତି।

ଜୟାପ୍ରଦାଙ୍କୁ ଅମର ସିଂହ ସପାରୁ ଆଣିକି ଆସିଥିଲେ। ଏହା ପରେ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଜୟାଙ୍କୁ ରାମପୁରରୁ ସାଂସଦ କରାଇବାରେ ବହୁତ ସାହାଯ୍ୟ କରିଥିଲେ। ସପା ଏଥର ଲୋକସଭା ନିର୍ବାଚନରେ ଆଜମ ଖାନଙ୍କୁ ରାମପୁର ଆସନରୁ ଟିକଟ ଦେଇଛନ୍ତି। ଏମିତିରେ ଯଦି ଜୟାପ୍ରଦାଙ୍କୁ ବିଜେପି ରାମପୁରରୁ ପ୍ରାର୍ଥୀ କରାଯାଉଛି ତେବେ ସିଧା ମୁକାବିଲା ଆଜମ ଖାନଙ୍କ ସହିତ ହେବ।

ଏକ ସମୟ ଥିଲା ଜୟାପ୍ରଦାଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଦିନ ରାତି ଏକ କରିଦେଇଥିବା ଆଜାମ ଖାନ ଗତ କିଛି ବର୍ଷ ହେବ ତାଙ୍କ ଭିତରେ ମନାନ୍ତର ଚାଲିଛି। ଏହି ଝଗଡ଼ା ଆଜମ ଖାନ ଏବଂ ଅମର ସିଂହ ମଧ୍ୟରେ ତିକ୍ତତା ପରେ ଆରମ୍ଭ ହୋଇଥିଲା। ଅଖଳେଶ ଯାଦବ ସପା ଅଧ୍ୟକ୍ଷ ହେବା କ୍ଷଣି ହିଁ ଜୟାପ୍ରଦା ଏବଂ ଅମର ସିଂଙ୍କୁ ପାର୍ଟିରୁ ବାହାର କରିଦେଇଥିଲେ। ଏହି ଜଗଡ଼ାରେ ଦୁଇ ଜଣଙ୍କ ନିଜ ତରଫରୁ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥର ଦେଖିବାକୁ ବାକିଅଛି ଲୋକସଭା ନିର୍ବାଚନରେ ଦୁଇ ଜଣ ତଥା ଜୟାପ୍ରଦା ଏବଂ ଆଜମ ଯଦି ଆମ୍ନା ସାମ୍ନା ହେବେ ତେବେ ଦୁଇ ଜଣଙ୍କ ମଧ୍ୟରେ କେଉଁ ପ୍ରକାର କଥା କଟାକଟି ହେବ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ