PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ସିଇଓଙ୍କୁ ବିଜେପିର ଫେରାଦ: ଅର୍ଥମନ୍ତ୍ରୀ ଆଚରଣବିଧି ଉଲ୍ଲଂଘନ କରିଛନ୍ତି, କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର,୧୩ ।୩(ବ୍ୟୁରୋ): ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ଶାସକ ବିଜେଡିର ନେତାମାନେ ଏହାକୁ ଉଲ୍ଲଘଂନ କରିଚାଲିଛନ୍ତି । ସିଇଓଙ୍କ ନିକଟରେ ଏମିତି ଅଭିଯୋଗ କରିଛି ବିଜେପି । ଦଳର ଏକ ପ୍ରତିନିଧି ଦଳ ସିଇଓ ସୁରେନ୍ଦ୍ର କୁମାରଙ୍କୁ ଭେଟି ଅଭିଯୋଗ କରିଛନ୍ତି, କାଳିଆ ଯୋଜନା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଘୋଷଣା କରିଛନ୍ତିି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଅନ୍ୟପଟେ କାଳିଆ ଯୋଜନାରେ ଯେଉଁ ଅର୍ଥ ପଠାଯାଉଛି ସେଥିରେ ରାଜ୍ୟ ସରକାର ସ୍ୱଚ୍ଛତା ଅବଲମ୍ବନ କରିନାହାଁନ୍ତି । ଦଳୀୟ ଭିତିରେ କାଳିଆର ଅର୍ଥ ପ୍ରେରଣ କରି ଭୋଟ ହାତେଇବା ପାଇଁ ହୀନ ପ୍ରୟାସ କରୁଛି ଶାସକ ବିଜେଡି । ଏହା ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି । ଏହା ଉପରେ ନିର୍ବାଚନ କମିଶନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଦାବି କରିଛି ।
ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ବିଜେଡି କର୍ମୀ ଏବଂ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ କରାଯାଉଛି । ୪୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ସହାୟତା ରାଶି ପଠାଇବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରେ ଅର୍ଥ ପାଇଥିବା ହିତାଧିକାରୀଙ୍କ ନାଁ ୱେବସାଇଟରେ ଦେବା ପରେ ଜଣାପଡିଥିଲା କି ଶାସକ ବିଜେଡିର ନେତା ଓ କର୍ମୀମାନଙ୍କ ନାଁ ଏହି ତାଲିକାରେ ରହିଛି । ପରେ ଏହି ତାଲିକାକୁ ୱେବସାଇଟରେ ହଟାଇବା ପରେ ରାଜ୍ୟସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେହିପରି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି ଗଣମାଧ୍ୟମରେ ବିବୃତି ଦେଉଛନ୍ତି ଯେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାଳିଆ ସହାୟତା ଅର୍ଥ ଚାଲୁ ରହିବ । ଅର୍ଥମନ୍ତ୍ରୀଙ୍କ ଏଭଳି ବିବୃତି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ।
ସେହିପରି ଜିଲ୍ଲାସ୍ତରରେ ଅନେକ ସରକାରୀ କର୍ମଚାରୀମାନେ ଯଥା କଟକ ଜିଲ୍ଲା ସଦର ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିର ଅତିରିକ୍ତ ତହସିଲଦାର, ପିପିଲିର ଅତିରିକ୍ତ ତହସିଲଦାର, ପୁରୀ ଜିଲ୍ଲାର ଅତିରିକ୍ତ କଲେକ୍ଟର ଏବଂ ଚିଲିକାର ବିଡିଓ ୩ ବର୍ଷରୁ ଉର୍ଷର ସମୟ ଧରି କାର୍ଯ୍ୟ କରୁଥିବା ସତ୍ୱେ ରାଜ୍ୟ ସରକାର ସେମାନଙ୍କୁ ବଦଳି କରିନାହାନ୍ତି ବୋଲି ଦଳ ଅଭିଯୋଗ ଆଣିଛି । ରାଜ୍ୟ ଉପସଭାପତି ସମୀର ମହାନ୍ତିିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କୁୁ ଭେଟିଥିଲା ।