ବରିଷ୍ଠ ଅଲୋଡ଼ା… କନିଷ୍ଠଙ୍କୁ ସୁଯୋଗ

ବେଙ୍ଗାଲୁରୁ,୨୬ା୩(ଏଜେନ୍ସି): ଲୋକସଭା ନିର୍ବାଚନରେ ଅଧିକରୁ ଅଧକି ଆସନ ପାଇ କେନ୍ଦ୍ରରେ ପୁଣ ିସରକାର ଗଢ଼ବିାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ବିଜେପି । ଏଥିପାଇଁ ଭିନ୍ନ ରଣନୀତି ଆପଣାଇଛି । ରଣନୀତିର ଏକ ବଡ଼ ଅଂଶ ସ୍ୱରୂପ ବିଜେପି ଏହାର ବରିଷ୍ଠତମ ନେତାମାନଙ୍କୁ ଟିକେଟ୍ ଦେଉନଥିବା ବେଳେ ଲୋକପ୍ରିୟ କନିଷ୍ଠ ନେତାମାନଙ୍କୁ ସ୍ୱାଗତ କରିଛି । ସେମାନଙ୍କ ଉପରେ ନିର୍ଭର କରି ବିଜେପି ନିର୍ବାଚନ ବୈତରଣୀ ପାର୍ କରିବାକୁ ଉଦ୍ୟମ କରିଛି । ଏହି କ୍ରମରେ ୨୮ ବର୍ଷୀୟ ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟଙ୍କୁ ଏଥର ଲୋକସଭା ଟିକେଟ୍ ମିଳିଛି । ସବୁ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ଆସନରେ ଲଢ଼ିବାକୁ ତେଜସ୍ୱୀଙ୍କୁ ସୁଯୋଗ ମିଳିଛି । ବିଜେପିର ଯୁବନେତାଙ୍କ ପାଇଁ ଏହା ଏକ ସୁଯୋଗ ବୋଲି କୁହାଯାଉଛି । ସୋମବାର ବିଳମ୍ବିତ ରାତିରେ ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପରେ ତେଜସ୍ୱୀଙ୍କୁ ଅବଗତ କରାଯାଇଥିଲା । ଖୁସିରେ ସେ ଆତ୍ମହରା ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ଟ୍ୱିଟର୍ରେ ନିଜ ଖୁସି ଜାହିର କରିଥିଲେ । ‘ଓଏମ୍ଜି, ଓଏମ୍ଜି’ ଲେଖି ସେ ବିଜେପିର ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଇଥିଲେ । ତାଙ୍କୁ ଯେଉଁ ଉଦ୍ଦେଶ୍ୟରେ ଲୋକସଭା ପ୍ରାର୍ଥୀ କରାଯାଇଛି, ତାହା ସେ ନିଶ୍ଚିତ ପୂରଣ କରିବେ । କଠିନରୁ କଠିନ ପରିଶ୍ରମ କରି ସେ ଏହି ଆସନରେ ଦଳକୁ ଜିତାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗୋଟିଏ ପରେ
ଗୋଟିଏ ଟ୍ୱିଟ୍ କରି ସେ ନିଜ ଫଲୋଅର୍ଙ୍କୁ ଚକିତ କରିଦେଇଛନ୍ତି । ତାଙ୍କର ଏହି ମେସେଜ୍ଗୁଡ଼ିକ ଭାଇରାଲ୍ ହେବାରେ ଲାଗିଛି । ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁ ଦକ୍ଷିଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅନନ୍ତ କୁମାର ସାଂସଦ ଥିଲେ ।
ମୁଁ ନିସ୍ତବ୍ଧ: ତେଜସ୍ୱିନୀ
ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅନନ୍ତ କୁମାରଙ୍କ ପତ୍ନୀ ତେଜସ୍ୱିନୀ ଅନନ୍ତକୁମାର ଆଶା ରଖିଥିଲେ । ଦଳରେ ସ୍ୱାମୀଙ୍କର ବେଶ୍ ଦବ୍ଦବା ଥିଲା ଏବଂ ସେ ଜଣେ ଲୋକପ୍ରିୟ ନେତା ଥିଲେ । ତା’ଛଡ଼ା ବେଙ୍ଗାଲୁରୁ ଦକ୍ଷିଣରେ ମଧ୍ୟ ସେ ସାଂସଦ ଥିଲେ । ତେଣୁ ତାଙ୍କୁ ହିଁ ସ୍ୱାମୀଙ୍କ ନର୍ବିାଚନ ମଣ୍ଡଳୀରେ ଲଢ଼ିବାକୁ ବିଜେପି ସୁଯୋଗ ଦେବ ବୋଲି ସେ ଆଶା ରଖିଥିଲେ । ଏମିତି କି ସ୍ଥାନୀୟ ବିଜେପି କର୍ମୀମାନେ ମଧ୍ୟ ଏହି ଆଶା ରଖିଥିଲେ । କିନ୍ତୁ ବିଜେପି ଶେଷରେ ତାଙ୍କ ସ୍ଥାନରେ ୨୮ ବର୍ଷୀୟ ତେଜସ୍ୱୀ ସୂର୍ଯ୍ୟଙ୍କୁ ପ୍ରାର୍ଥୀ କରଛି ।ି ଏହ ିଘଟଣା ସମ୍ପର୍କରେ ଜାଣବିା ପରେ ତେଜସ୍ୱିନୀ ନିସ୍ତବ୍ଧ ଓ ମର୍ମାହତ ବୋଲି କହିଛନ୍ତି । ବିଜେପିର ଏହି ନିଷ୍ପତ୍ତି ତାଙ୍କୁ କଷ୍ଟ ଦେଇଛି ବୋଲି ସେ କହିଛନ୍ତି । ଏହି ନିଷ୍ପତ୍ତି କେବଳ ତାଙ୍କୁ ନୁହେଁ, ବରଂ ବିଜେପିର ଅନେକ କର୍ମୀଙ୍କୁ ମଧ୍ୟ ଦୁଃଖ ଦେଇଛ ।ି ତେବେ ସେ କହଛିନ୍ତ,ି ତଥାପି ଦଳର ଏଭଳି ନିଷ୍ପତ୍ତିକୁ ମୁଁ ଗ୍ରହଣ କରୁଛି ।