ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ପୁଣି ବିଜେପି ସହ ହାତ ମିଳାଇଲା ଜନସେନା, ଆନ୍ଧ୍ରରେ ହେବ ନୂଆ ସମୀକରଣ

ବିଜୟୱାଡା ୧୭/୧: ଆନ୍ଧ୍ରପ୍ରଦେଶରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି । ଅଭିନେତା ପବନ କଲ୍ୟାଣଙ୍କ ନେତୃତ୍ୱାଧୀନ ଜନସେନା ପାର୍ଟି( ଜେଏସପି) ଏବେ ବିଜେପି ସହ ହାତ ମିଳାଇଛି । ଦୁଳ ଦଳ ମିଳିତ ଭାବେ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ବିଜେପିର ରାଜ୍ୟ ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀନାରାୟଣ ଏବଂ ଜେଏସପି ଅଧ୍ୟକ୍ଷ ପବନ କଲ୍ୟାଣଙ୍କ ମଧ୍ୟରେ ଏନେଇ ପ୍ରାୟ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହାପରେ ଦୁଇ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି ।

{"id":80816,"width":766,"height":430,"sizeSlug":"large"}

୨୦୧୪ରେ ଜେଏସପି ଗଠନ କରିବା ପରେ ପରେ ପବନ କଲ୍ୟାଣ ବିଜେପି ସହ ମେଣ୍ଟ କରିଥିଲେ କିନ୍ତୁ ନିର୍ବାଚନ ଲଢ଼ିନଥିଲେ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ସହ ସମ୍ପର୍କ ଛିନ୍ନ କରି ଜେଏସପି ବାମପନ୍ଥୀ ଦଳଙ୍କ ସହିତ ମେଣ୍ଟ କରିଥିଲା ଏବଂ ଦୁହେଁ ଏକାଠି ନିର୍ବାଚନ ଲଢ଼ିଥିଲେ । ହେଲେ ଆନ୍ଧ୍ର ବିଧାନସଭା ନିର୍ବାଚନରେ ଜେଏସପି ମାତ୍ର ଗୋଟିଏ ଆସନ ଜିତିବାରେ ସମର୍ଥ ହୋଇଥିଲା । ଏବେ ପୁଣି ଜେଏସପି ବିଜେପି ସହ ହାତ ମିଳାଇବା ଉପରେ ପବନ କଲ୍ୟାଣ କହିଛନ୍ତି କି ଭୁଲ ବୁଝାମଣା ଯୋଗୁ ଦୁଇ ଦଳ ଭିତରେ ସମ୍ପର୍କ କିଛି ସମୟ ପାଇଁ ଛିନ୍ନ ହୋଇଥିଲା । ମାତ୍ର ଏବେ ଆନ୍ଧ୍ରପ୍ରଦେଶର ଭବିଷ୍ୟତକୁ ଆଖି ଆଗରେ ରଖି ଦଳ ବିଜେପି ସହ ନିଃସର୍ତ୍ତ ହାତ ମିଳାଇବାକୁ ସ୍ଥିର କରିଛି । ଦୁଇ ଦଳ ଏକାଠି ପଞ୍ଚାୟତ ନିର୍ବାଚନ ଓ ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢ଼ିବେ । ଏହି ମେଣ୍ଟ ଆନ୍ଧ୍ରରେ ତୃତୀୟ ବିକଳ୍ପ ଭାବେ ଉଭା ହେବ ଏବଂ ୨୦୨୪ରେ ସରକାର ଗଢ଼ିବ । ସେ ଆହୁରି କହିଛନ୍ତି ଯେ ଦୁଇ ଦଳ ଏକ ସମନ୍ୱୟ କମିଟି ଗଠନ କରିବେ ଯାହାକି ରାଜ୍ୟ ଏବଂ ଜାତୀୟ ସ୍ତରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିବ । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଆଶୀର୍ବାଦ ଆନ୍ଧ୍ରପ୍ରଦେଶ ପ୍ରତି ଅଛି ବୋଲି ସେ ମନେ କରୁଛନ୍ତି ।

ବିଜେପି ରାଜ୍ୟ ସଭାପତି ଲକ୍ଷ୍ମୀନାରାୟଣ କହିଛନ୍ତି କି ସେମାନେ ବିଜେପି ସହ ହାତ ମିଳାଇବା ପାଇଁ ଜନସେନା ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । ଏହା ଏକ ଐତିହାସିକ ଘଟଣାକ୍ରମ । ଦୁଇ ଦଳ ଏବେ ରାଜ୍ୟରେ କ୍ଷମତାସୀନ ଥିବା ଜଗନମୋହନ ରେଡ୍ଡୀ ସରକାରଙ୍କ ଏକଛତ୍ରବାଦ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.