ବିଜେପି ନେତା ବାବୁ ସିଂହଙ୍କ ମୋବାଇଲ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୬/୪: ଶନିବାର ଦିନ ସନ୍ଧ୍ୟାରେ ବିଜେପି ନେତା ତଥା ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହଙ୍କ ମୋବାଇଲ୍‌ ଫୋନ୍‌ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି । ଏନେଇ ଶ୍ରୀ ସିଂହ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍‌ ଏତଲା ପାଇଁ ଚୋରଙ୍କୁ ଧରିବା ପାଇଁ ସ୍ପେଶାଲ୍‌ ସ୍କ୍ୱାଡ୍‌ ପୁଲିସ୍‌ର ସହଯୋଗ ମାଗିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଲକ୍‌ଡାଉନ୍‌ ହେବା ଦିନ ଠାରୁ ଶ୍ରୀ ସିଂହ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବିଭିନ୍ନ ବସ୍ତି ବୁଲି ଲୋକଙ୍କର ସମସ୍ୟା ବୁଝୁଛନ୍ତି । ଶନିବାର ସନ୍ଧ୍ୟାରେ ମଧ୍ୟ ସେ ବିଭିନ୍ନ ଆଡ଼େ ଯାଇଥିଲେ । ତେବେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଶ୍ରୀ ସିଂହ ଫୋନ୍‌ରେ କଥା ହୋଇ ଆନିହାଉସ୍‌ ଛକରୁ କେଉଟସାହି ଛକ ଆଡ଼କୁ ଯାଉଥିଲେ । ଏହି ସମୟରେ ଦୁଇ ଲୁଟେରା ବାଇକ୍‌ରେ ଆସି ତାଙ୍କ ଫୋନ୍‌ ଝାମ୍ପି ନେଇଥିଲେ । ଏନେଇ ଶ୍ରୀ ସିଂହ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


୨୪ ଘଣ୍ଟା ଭିତରେ ଓଡିଶାରୁ ଫେରିଯିବ ମୌସୁମୀ: ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା

ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମାଡ଼ିଗଲା ଟ୍ରକ୍, ଚାଲିଗଲା ଜଣଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇଟି ବାଇକ୍‌ ମୁହାମହିଁ ଧକ୍କା, ଜଣେ ମୃତ

ବୁଲା କୁକୁର ଶୂନ୍ୟ ହେବ ଶ୍ରୀକ୍ଷେତ୍ର