PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ଅନଶନ କରିବା ଘୋଷଣା କଲେ ପଙ୍କଜା ମୁଣ୍ଡେ, କହିଲେ- ‘ବିଜେପି ଛାଡିବିନି’

ମୁମ୍ବାଇ,୧୨।୧୨: ବିଜେପିର ଉପେକ୍ଷା ପାଇଁ ଅସନ୍ତୁଷ୍ଟ ଥିବା ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଅନଶନ କରିବାକୁ ଘୋଷଣା କରିବାକୁ ଯାଉଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଅନଶନ ସେ ଦଳ କିମ୍ବା କୌଣସି ବ୍ୟକ୍ତି ବିରୋଧରେ ନୁହେଁ ମରାଠାଓ୍ବାଡା ପ୍ରସଙ୍ଗରେ ନେତୃବୃଦ୍ଧଙ୍କ ଧ୍ୟାନ ଆକର୍ଷଣ କରିବାକୁ ୨୭ ଜାନୁଆରୀରେ କରିବାକୁ ଯାଉଛନ୍ତି। ଏହା ସହିତ ପଙ୍କଜା କହିଛନ୍ତି, ସେ କେବେ ବି ବିଜେପି ଛାଡିବେ ନାହିଁ।

ଏହା ପୂର୍ବରୁ ଗୁରୁବାର ପଙ୍କଜା ଦଳର ନେତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, କିଛି ଲୋକ ଚାହାନ୍ତି ମୁଁ ଦଳ ଛାଡିଦିଏ। ସେମାନେ ଜାଣିଶୁଣି ଏଭଳି ଖବର ପ୍ରଚାର କରୁଛନ୍ତି। ମୁଁ ଦଳ ଉପରେ ଟିକେ ବି ଅସନ୍ତୁଷ୍ଟ ନାହିଁ। ଦଳରେ  ବଡ ପଦ ପାଇଁ ମୁଁ କୌଣସି ନେତାଙ୍କ ସହିତ କଥା ହୋଇନି। ଏକଥା ପଙ୍କଜା ତାଙ୍କ ବାପା ଗୋପୀନାଥ ମୁଣ୍ଡେଙ୍କ ଜୟନ୍ତ୍ରୀରେ ଆୟୋଜିତ ହୋଇଥିବା ରାଲିରେ କହିଥିଲେ। ଏହି ସମୟରେ ତାଙ୍କ ସହ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଓ ଦଳର ବରିଷ୍ଠ ନେତା ଏକନାଥ ଖଡସେ ଉପସ୍ଥିତ ଥିଲେ।

ଏହି ସମୟରେ ପଙ୍କଜା କହିଥିଲେ, ଲୋକମାନେ ମୋ ସହିତ ଅଛନ୍ତି, ମୁଁ ସଂଘର୍ଷ ଯାତ୍ରା ବାହାର କରିଛି ଓ ଲୋକମାନେ ମୋ ସହିତ ଅଛନ୍ତି। ବିଧାନସଭା ନିର୍ବାଚନରେ ମୁଁ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରଚାର କରିଥିଲି। ପ୍ରତି ବିଧାୟକଙ୍କ ପ୍ରଚାର କରିଥିଲି, ଯାହାଫଳରେ ମହାରାଷ୍ଟ୍ର ସରକାର ଗଠନ ହୋଇପାରିବ। କିନ୍ତୁ ସେମାନଙ୍କୁ ଲାଗିଥିଲା ମୁଁ ଧୋକା କରିବାକୁ ଯାଉଛି। ମୋ ଭିତରେ ଗୋପୀନାଥ ମୁଣ୍ଡେଙ୍କ ସଂସ୍କାର ରହିଛି, ମୁଁ କାହାକୁ ଧୋକା ଦେଇ ପାରିବିନି।’

ସମ୍ବନ୍ଧିତ ଖବର