ହିଞ୍ଜିଳିରୁ ବିଜେପି ପାର୍ଥୀ ହେଲେ ପିତାମ୍ବର, ନବୀନଙ୍କ ସହ ହେବ ଟକ୍କର

ଭୁବନେଶ୍ବର,୨୫।୩: ବିଜେପି ପକ୍ଷରୁ ଆଜି ଜଣିକିଆ ପାର୍ଥୀ ତାଲିକା ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି | ହିଞ୍ଜିଳିରୁ ବରିଷ୍ଠ ଆଇନଜୀବୀ ତଥା ଦଳର ଉପ ସଭାପତି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେପି। ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଏ ଲଢ଼ିବ ସେ ନେଇ ଲାଗି ରହିଥିବା ଚର୍ଚ୍ଚା ଶେଷ ହୋଇଛି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ବନାମ ମୁଖପାତ୍ରଙ୍କ ମଧ୍ୟରେ ହେବାକୁ ଯାଉଛି ଲଢ଼େଇ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବେ ଦଳର ମୁଖପାତ୍ର ତଥା ସଭାପତି ପିତାମ୍ବର। ୨ ଦିନ ତଳେ ତାଙ୍କୁ ଦଳର ଉପ ସଭାପତି ଦାୟିତ୍ୱ ଦିଆଯାଇଥିଲା। ଦଳର ମୁଖପାତ୍ର ହେବାପରେ ସେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସିଛନ୍ତି।  

ଉଲ୍ଲେଖନୀୟ ଯେ, ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ୪ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ହିଞ୍ଜିଳିକୁ ବିଜେଡ଼ିର ଗଡ଼ ମଧ୍ୟ କୁହାଯାଇଥାଏ । ତେବେ ସେହି ସ୍ଥାନରୁ ଏବେ ନବୀନଙ୍କ ବିପକ୍ଷରେ ବିଜେପିରୁ ପୀତାମ୍ବର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ପୀତାମ୍ବର କଟକ ଲୋକସଭା ଆସନରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେଠାରେ ପୂର୍ବତନ ପୋଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟିକା, ୨୯ ତାରିଖ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌

ବିହାର ନିର୍ବାଚନ : ‘ସେତେବେଳେ ଘର ଭିତରେ ଥିଲେ , ଏବେ ଭୋଟ୍ ମାଗିବାକୁ ବାହାରିଲେ’