PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଦିନେ ବିଧାନସଭାରେ ବିଧାୟକ ଦେଖୁଥିଲେ ପର୍ଣ୍ଣ ଭିଡିଓ, ଆଜି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ, ବଡ଼ ପଦବୀ ପଛରେ କି ରହସ୍ୟ ରହିଛି ଜାଣନ୍ତୁ

ବେଙ୍ଗାଲୁରୁ ୨୭।୮: ଏହି ବିଧାୟକ ବାବୁ ଜଣକ ଦିନେ ବିଧାନସଭା ଭିତରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବାବେଳେ ଧରା ପଡ଼ିଥିଲେ। ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ ଦେଇଛନ୍ତି। ତାଙ୍କ ସହିତ ମନ୍ତ୍ରିମଣ୍ଡଳ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ ଦିଆଯାଇଛି। ସେମାନେ ହେଲେ ଗୋବିନ୍ଦ କାରାଜୋଲ, ଅଶ୍ୱଥ ନାରାୟଣ ଏବଂ ଲକ୍ଷ୍ମଣ ସାଭାଡି।

ଏମାନଙ୍କ ଭିତରୁ ଲକ୍ଷ୍ମଣ ସାଭାଡିଙ୍କ ନାଆଁରେ ଗୁରୁତର ଅଭିଯୋଗ ରହିଛି। ସେ ହେଉଛନ୍ତି ସେହି ବିଧାୟକ ଯିଏ ବିଧାନସଭା ଭିତରେ ପର୍ଣ୍ଣ ଦେଖୁଥିବା ବେଳେ ଧରାପଡ଼ିଥିଲେ। ୨୦୧୨ରେ ଲକ୍ଷ୍ମଣ ସାଭାଡିଙ୍କ ସମେତ ତିନିଜଣ ବିଧାୟକ ବିଧାନସଭା ଭିତରେ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ଧରାପଡ଼ିଥିଲେ। ଏଭଳି ସ୍ଥିତିରେ ଲକ୍ଷ୍ମଣ ସାଭାଡିଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି ବୋଲି ବି ଜଣେ ବିଜେପି ବିଧାୟକ ଏମପି ରେଣୁକାଚାର୍ଯ୍ୟନ୍ ପ୍ରଶ୍ନ କରିଛନ୍ତି।

ଖାଲି ସେତିକି ନୁହେଁ, ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭାଡି ବିଧାନସଭା ନିର୍ବାଚନରେ ବି ପରାଜିତ ହୋଇଥିଲେ। ସେ ବିଧାୟକ କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହୋଇ ନଥିଲେ ହେଁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ତେବେ ସେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ପତନ ପଛରେ ମୁଖ୍ୟ ଭୂମିକା ନିଭାଇଥିବାରୁ ତାଙ୍କୁ ପୁରସ୍କାର ସ୍ବରୂପ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିବା କୁହାଯାଉଛି। ଲକ୍ଷ୍ମଣଙ୍କୁ ପରିବହନ ବିଭାଗ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି।