‘ମନେ ରଖନ୍ତୁ ୨୦ ଲକ୍ଷ କୋଟିରେ ୧୩ଟି ଶୂନ ରହିଥାଏ’, ସମ୍ବିତ ପାତ୍ରଙ୍କୁ ଟୁଇଟ୍ କରି ଡିଲିଟ୍ କଲେ ପୂର୍ବତନ ବିଜେପି ସାଂସଦ

ନୂଆଦିଲ୍ଲୀ,୧୩।୫: ଦେଶରେ କୋଭିଡ୍-୧୯ ମହାମାରୀ କାରରରୁ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଶକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଏହାପରେ ବିଜେପିର ନେତା ଶରଦ ତ୍ରୀପାଠୀ ନିଜ ଦଳର ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟୁଇଟରରେ ମଜାଳିଆ ଭାବରେ ଏକ ଟୁଇଟ୍ କରିଥିଲେ। ତେବେ ପରେ  ସେ ନିଜର ଟୁଇଟକୁ ଡିଲିଟ୍ କରିଦେଇଥିଲେ ଓ ମାମଲା ନେଇ ସଫେଇ ଦେଇଥିଲେ।

ବିଜେପି ନେତା ଶରଦ ପାଓ୍ବାର ଟୁଇଟରରେ ଲେଖିଥିଲେ, ସମ୍ବିତ ପାତ୍ର ଜୀ ମନେ କରନ୍ତୁ, ୨୦ ଲକ୍ଷ କୋଟିରେ ୧୩ଟି ଶୂନ ରହିଥାଏ, ନହେଳେ କାଲିଠାରୁ କିଛି ଲୋକ ବାରମ୍ବାର ଏହା ପଚାରୁଥିବେ ଓ ବେକାରରେ ଯୁକ୍ତି ତର୍କ କରୁଥିବେ।’

ଉଲ୍ଳେଖନୀୟ ଯେ, ବିଜେପିର ପୂର୍ବତନ ସାଂସଦ ଶରଦ ତ୍ରୀପାଠୀ ପୂର୍ବରୁ ନିଜ ଦଳର ବିଧାୟକଙ୍କୁ ଯୋତାରେ ମାଡ ମାରି ଚର୍ଚ୍ଚାରେ ରହିଥିଲେ। ସମ୍ବିତଙ୍କୁ ଏଭଳି ଟୁଇଟ୍ କରିବା ପରେ ଶରଦ ଏହାକୁ ଡିଲିଟ୍ କରିଦେଇଥିଲେ ଓ ମାମମଲା ନେଇ ସଫେଇ ଦେଇଥିଲେ।

ଏହି ଟୁଇଟ୍ ପରେ ଶରଦ ଲେଖିଛନ୍ତି, କିଛି ଲୋକଙ୍କୁ ୨୦ ଳକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ହଜମ ହେଉନାହିଁ। ତେଣୁ ସେମାନେ ଅର୍ଥକୁ ଅନର୍ଥ କରିବାରେ ଲାଗିଚନ୍ତି। ମୋର ଟୁଇଟ୍ ସମ୍ବିତ ପାତ୍ରଙ୍କୁ ସମ୍ବୋଧିତ କରି ସେହି ବ୍ୟକ୍ତିଙ୍କୁ ଚେତାଇବାକୁ ଚାହେଁ, ଯେଉଁମାନେ ପ୍ରତି ଡିବେଟରେ ଏହି ପ୍ରସଙ୍ଗରୁ ବାହାରି ଅନ୍ୟ କଥା ହୋଇଥାନ୍ତି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’