ବିଜେପି ବିଧାୟକଙ୍କ ବାସଭବନ ଆଗରେ ଆତ୍ମଦାହ ଉଦ୍ୟମ କଲେ ଦଳୀୟ ନେତ୍ରୀ, ଆଣିଲେ ଏଭଳି ଅଭିଯୋଗ…

ସାହାରନପୁର,୨୧।୯: ଉତ୍ତର ପ୍ରଦେଶର ଦେବବନ୍ଦରେ ଦେଖିବାକୁ ମିଳିଛି ଏକ ହାଇଭୋଲଟେଜ୍ ଡ୍ରାମା। ନିଜର ଚେତାବନୀ ଅନୁସା​‌ରେ ଜିଲ୍ଲା ପଞ୍ଚାୟତ ସଦସ୍ୟ ଶଶି ତ୍ୟାଗି ନାମକ ଜଣେ ମହିଳା ପୋଲିସକୁ ଚକମା ଦେଇ ବିଧାୟକଙ୍କ ବାସଭବନରେ ପହଁଞ୍ଚି ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ସେ ବେହୋଶ ହୋଇ ପଡିଥିଲେ। ତାଙ୍କର ସ୍ଥିତି ଖରାପ ହେବାପରେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖନୀୟ ଯେ, ଏହି ମହିଳା ଜଣକ ଅଭିଯୋଗ ଆଣିଥିଲେ ବିଧାୟକଙ୍କ ପରିବାର ତାଙ୍କୁ ମିଛ ମାମଲାରେ ଫଶାଇଛନ୍ତି। ତେଣୁ ସେ କିଛି ଦିନ ତଳେ ଚେତାବନୀ ଦେଇଥିଲେ ଯେ,  ଦେବବନ୍ଦ ବିଧାୟକ କୁଓଁର ବ୍ରିଜେଶଙ୍କ ଘରେ ପହଁଞ୍ଚି ସେଠାରେ ଆତ୍ମଦାହ କରିବେ। ଏହି ଚେତାବନୀ ପରେ ପୋଲିସ ମଧ୍ୟ ସତର୍କ ହୋଇଯାଇଥିଲା। ସକାଳେ ମହିଳା ଜଣକ ବିଧାୟକଙ୍କ ବାସଭବନ ନିକଟରେ ପହଁଞ୍ଚିଥିଲେ। ପୋଲିସ ତାଙ୍କୁ ଡ୍ରଇଂ ରୁମରେ ବସାଇଥିବା ବେଳେ ସେ ଛାତବାଟ ଦେଇ ବିଧାୟକଙ୍କ ଘରେ ନିଜ ଉପରେ କିରୋସିନି ଢାଳି ଆତ୍ମଦାହ କକରିବାକୁ ଚେଷ୍ଟା କରିଥିଲେ।

ମହିଳା ନେତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ବିଜେପିର ଆଉ ଜଣେ ନେତା ହଠାତ ଅସୁସ୍ଥ ହୋଇପଡିଥିଲେ। ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସମୟରେ ବିଧାୟକ ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ। ତେବେ ବିଧାୟକ କୁଅଁର ବୃଜେଶ ସିଂ କହିଛନ୍ତି ତାଙ୍କ ବିରୋଧରେ ଶଶି ତ୍ୟାଗି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ସେ ଏଭଳି କରି ଦଳର ଏବ ମୋର ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି।

   ସମ୍ବନ୍ଧିତ ଖବର


ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଗାନ୍ଧିଙ୍କ ମାଟିରେ ମଦ ଢାଳି ଭୂମି ପୂଜନ କଲେ ନେତା, ପରେ ପ୍ରସାଦ କରି ବାଣ୍ଟିଲେ…

ମହାକାଶରୁ ମହାବିପଦ ! ପୃଥିବୀ ଆଡ଼କୁ ମାଡ଼ିଆସୁଛି ବିଶାଳ ଧୂମକେତୁ, ଧକ୍କା ହେଲେ ଆସିବ ପ୍ରଳୟ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ