ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ବାତ୍ୟା ଫୋନିର ପ୍ରଭାବ ନେଇ ପାଣିପାଗ ବିଭାଗ ୭ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ ରହିଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ପ୍ରତିନିଧି ଦଳ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଭେଟିଲା ପରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏ କଥା କହିଛନ୍ତି ।

ବିଜେପି ଅଭିଯୋଗ କରିଛି, ଏକ ସପ୍ତାହ ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିନି ଶୁଖିଲା ଖାଦ୍ୟ । ତାର୍ପୋଲିନ୍‌କୁ କାଟିକି ଦିଆଯାଉଛି । ରନ୍ଧା ଖାଦ୍ୟ କେବଳ ଗୋଟିଏ ଗାଁର ଲୋକଙ୍କୁ ଦିଆଯାଇଛି । ୮ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସମୟରେ ସମସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ରନ୍ଧା ଖାଦ୍ୟ କିମ୍ବା କୌଣସି ରିଲିଫ ସାମଗ୍ରୀ ପହଞ୍ଚି ନାହିଁ ବୋଲି ଗତକାଲି ବିଜେପିର ଏକ ପ୍ରତିନିଧୀ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକ୍‌ ପରିଦର୍ଶନ କରିବା ସମୟରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଜଣାଇଛନ୍ତି ।

ବାତ୍ୟାବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ସହ ରାସନ କାର୍ଡ ନଥିବା ଲୋକଙ୍କୁ ଚାଉଳ ଏବଂ ଆର୍ଥିକ ସହାୟତା ଦେବା ପାଇଁ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଭେଟି ଦାବି ଜଣାଇଛନ୍ତି । ଏଥିସହ ପୁରୀ ଜିଲ୍ଲାରେ ଯୁଦ୍ଧକାଳୀନଭିତ୍ତିରେ ବିଦ୍ୟୁତ୍‌ ସେବାକୁ ଯୋଗାଇବା ପାଇଁ ଦାବି ଜଣାଇଛନ୍ତି । ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା କଚ୍ଚା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଶାରଦା ପ୍ରସାଦ ଶତପଥୀ, ମନସୁଖ ଲାଲ୍‌ ସେଠିଆ ପ୍ରମୁଖ ସାମିଲ ଥିଲେ ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି