ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଛୁରି ଭୁସି ବିଜେପି ନେତାଙ୍କୁ ହତ୍ୟା: ଅଭିଯୁକ୍ତ ଫେରାର୍‌

ଅନ୍ତୁଳିଆ/ପାଇକସାହି ୩୦/୯: ଜମିଜମା ବିବାଦକୁ କେନ୍ଦ୍ର କରି ଅନୁଗୁଳ ବ୍ଲକ୍‌ ତଥା ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତି ପ୍ରାୟ ୮ଟା ବେଳେ ଅନ୍ତୁଳିଆ ଗ୍ରାମର ଜଣେ ବୃଦ୍ଧଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବୃଦ୍ଧ ହେଲେ ଅନ୍ତୁଳିଆ ଗ୍ରାମର ଜଗବନ୍ଧୁ ବେହେରା (୫୫) । ଛକରେ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ି ରହିଥିବା ବେଳେ ଶେଷ ଖବର ସୁଦ୍ଧା ଘଟଣା ସ୍ଥଳରେ ପୁଲିସ୍‌ ପହଞ୍ଚିନାହିଁ । ମୃତ ଜଗବନ୍ଧୁ ବିଜେପି ସାତକୋଶିଆ ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଥିଲେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଜଗବନ୍ଧୁ ଓ ସଦାନନ୍ଦ ଗଡ଼ନାୟକ (୪୦)ଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡିକୁ ନେଇ ବିବାଦ ଲାଗି ରହିଛି । ଏନେଇ ଉଭୟ ଅନେକ ଥର ପୁଲିସର ଦ୍ୱାରସ୍ଥ ହୋଇଥିଲେ । ୫ ଦିନ ତଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ବେଳେ ଗତକାଲି ଦିନ ୧୨ଟା ବେଳେ ଦୁହେଁ ଯୁକ୍ତିତର୍କ କରିଥିଲେ । ତେବେ ଜଗବନ୍ଧୁ ଜଣେ ବିଜେପି ନେତା, ପ୍ରତିଦିନ ସନ୍ଧ୍ୟାରେ ଘରୁ ଅନ୍ତୁଳିଆ ଛକକୁ ବୁଲିବାକୁ ଆସିଥାନ୍ତି ।

ସେହିକ୍ରମରେ ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଛକରେ ବୁଲାବୁଲି କରୁଥିବା ବେଳେ ଛକି ରହିଥିବା ସଦାନନ୍ଦ ତାଙ୍କୁ ଧାରୁଆ ଛୁରିରେ ଅତର୍କିତ ଆକ୍ରମଣ କରିଥିଲା । ଜଗବନ୍ଧୁଙ୍କ ପେଟକୁ ବାରମ୍ବାର ଭୁସି ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଜଗବନ୍ଧୁଙ୍କ ଚିତ୍କାର ଶୁଣି କିଛି ଲୋକ ରାସ୍ତାକୁ ବାହାରି ଆସିଥିଲେ । ଲୋକଙ୍କୁ ଦେଖି ସଦାନନ୍ଦ ପାଖ ଜଙ୍ଗଲ ଦେଇ ଫେରାର୍‌ ହୋଇଯାଇଥିଲା । ଘଟଣାସ୍ଥଳରେ ଛଟପଟ ହୋଇ ଜଗବନ୍ଧୁଙ୍କ ପ୍ରାଣ ଯାଇଥିଲା । ରାତି ୧୦ଟା ସୁଦ୍ଧା ରିପୋର୍ଟ୍‌ ଲେଖାଯିବା ବେଳକୁ ଜଗବନ୍ଧୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଛକରେ ପଡ଼ି ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.