ମାଗଣାରେ ଟିକା ନେବେନି ବିଜେପି ସାଂସଦ, ବିଧାୟକ: ଟିକାକରଣ କେନ୍ଦ୍ରରେ ନିର୍ଦ୍ଧାରିତ ମୂଲ୍ୟ ପୈଠ କରି ନେବେ ଭ୍ୟାକ୍ସିନ୍

timesofindia.indiatimes.
ନୂଆଦିଲ୍ଲୀ ୦୨/୦୩: ବିଜେପି ତରଫରୁ ଦଳର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ସେମାନଙ୍କ ଭିତରୁ ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଟିକା ନେବାକୁ ଯୋଗ୍ୟ ଅଟନ୍ତି, ସେମାନେ ଆସନ୍ତା ସପ୍ତାହକ ଭିତରେ ଏହି ଟିକା ନିଅନ୍ତୁ । ସେମାନଙ୍କୁ ଏହା ମଧ୍ୟ କୁହାଯାଇଛି କି ସେମାନେ କରୋନା ପ୍ରତିଷେଧକ ଟିକା ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି କରିବା ପାଇଁ ନିଜ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟିକାକରଣ କେନ୍ଦ୍ରରେ ଏହି ଟିକା ନିଅନ୍ତୁ ଏବଂ ଟିକା ପାଇଁ ନିର୍ଦ୍ଧାରିତ ମୂଲ୍ୟ ପୈଠ କରନ୍ତୁ ।
ଦଳ କହିଛି କି ଏପରି କରିବା ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ସେପରି ଲୋକଙ୍କ ପାଇଁ ମାଗଣାରେ ଦେବା ସକାଶେ ଯଥେଷ୍ଟ ଟିକା ଉପଲବ୍ଧ ହେବ ଯେଉଁ ମାନେ ଏହାକୁ କିଣିବାର ସାମର୍ଥ୍ୟ ରଖନ୍ତି ନାହିଁ ।
ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ହସ୍ପିଟାଲଗୁଡିକରେ ୬୦ ବର୍ଷରୁ ଉଦ୍ଧ୍ୱର୍ ସାଧାରଣ ବ୍ୟକ୍ତି ଏବଂ ୪୫ ବର୍ଷରୁ ଅଧିକ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ମାଗଣାରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଘରୋଇ ହସ୍ପିଟାଲରେ ଟିକା ନେଲେ ୨୫୦ ଟଙ୍କା ଦେବାକୁ ହେବ ।