PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ

ଭୁବନେଶ୍ଵର, ୨୬/୨ : ରାଜ୍ୟରେ ମଣ୍ଡି ସମସ୍ୟା ଲାଗି ରହିଛି। ଆଜି ବିଧାନସଭାରେ ଶୂନ୍ୟକାଳରେ ମଣ୍ଡି ସମସ୍ୟା ଉଠାଇ ବିଜେପି ନେତା ହୋହାଲ୍ଲା କରିଛନ୍ତି। ମଣ୍ଡି ଗୁଡିକରୁ ତୁରନ୍ତ ଧାନ ଉଠାଇବାକୁ ଦାବି କରିଛନ୍ତି। ଯଦି ମଣ୍ଡିରୁ ଧାନ ନଉଠିବ ତେବେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ।

ବିଧାନସଭାରେ ପ୍ରଶ୍ନକାଳ ସମୟରେ ଧାନ ମଣ୍ଡି ସମସ୍ୟା ନେଇ ସୁବାସ ପାଣିଗ୍ରାହୀ ଗୃହର ମଧ୍ୟ ଭାଗକୁ ଉଠି ଆସିଥିଲେ। ଫଳରେ ତାଙ୍କୁ ବାଚସ୍ପତି ଆସନକୁ ଫେରିଯିବାକୁ କହିଥିଲେ ଓ ଶୂନ୍ୟକାଳରେ ସୁଯୋଗ ଦେବେ ବୋଲି କହିଥିଲେ। ଏହାପରେ ଶୂନ୍ୟକାଳରେ ସୁବାସ ପାଣିଗ୍ରାହୀ ଅଭିଯୋଗ ଆଣିଥିଲେ ଯେ, ଟୋକନରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏଥିପ୍ରତି ସରକାର କୌଣସି ପଦକ୍ଷେପ ନେଉ ନାହାଁନ୍ତି। ତେଣୁ ମଣ୍ଡି ସମସ୍ୟାର ସମାଧାନ ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।