PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: ସପନା ଚୌଧରିଙ୍କ ଭଳି ସୋନିଆ ମଧ୍ୟ ଏହି ପେଶାରେ ଥିଲେ

ନୂଆଦିଲ୍ଲୀ,୨୪।୩: ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବା ବେଳେ ନେତାମାନଙ୍କର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବହୁ ନେତା ନିଜର ବିବାଦୀୟ   ମନ୍ତବ୍ୟକୁ  ନେଇ ଏବେ ରହିଛନ୍ତି ଚର୍ଚ୍ଚାରେ। ଏବେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଉତ୍ତର ପ୍ରଦେଶ ବିଜେପିର  ବିଧାୟକ ସୁରେନ୍ଦ୍ର ସିଂହ। ହରିୟାନାର ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କୁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହିତ ତୁଳନା କରିଛନ୍ତି।

କଂଗ୍ରେସରେ ସପନାଙ୍କ ଯୋଗଦେବା ଖବରକୁ ନେଇ  ସୁରେନ୍ଦ୍ର କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ ପୂର୍ବରୁ ତାଙ୍କ ମା ସୋନିଆଙ୍କ ପରି ଜଣେ ନର୍ତ୍ତକୀଙ୍କୁ ଦଳରେ ସାମିଲ କରିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ମା ଇଟାଲୀରେ ଏହି ବୃତ୍ତିରେ ଥିଲେ। ଯେମିତି ଆପଣଙ୍କ ବାପା ସୋନିଆଙ୍କୁ ନିଜର କରିନେଇଥିଲେ, ଆପଣ ସପ୍‌ନାଙ୍କୁ ନିଜର କରି ରାଜନୈତିକ ପାରି ଆରମ୍ଭ କରିଛନ୍ତି, ଏଥିପାଇଁ ଆପଣଙ୍କୁ ସାଧୁବାଦ ବୋଲି କହିଛନ୍ତି ସୁରେନ୍ଦ୍ର ସିଂହ।

ସେ ଆହୁରି କହିଛନ୍ତି,  ଭାରତର ଜନତା  କେବେ ଜଣେ ନର୍ତ୍ତକୀଙ୍କୁ ଦେଶ ଚଳାଇବା ପାଇଁ ଗ୍ରହଣ କରିବେନି। ତେଣୁ ଦେଶ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଜଣେ ଚରିତ୍ରବାନ୍ ଏବଂ ବିଶ୍ୱସ୍ତ ନେତା ।ରାଜନୀତିକୁ ଜଣେ ନର୍ତ୍ତକୀ ଆସିବା ଦ୍ବାରା କିଛି ପ୍ରଭାବ ପଡିବ ନାହିଁ। ମୁଁ ଖୁସି ଯେ ରାହୁଲ ନେତାଙ୍କ ଉପରେ ଭରଷା ନକରି ଜଣେ ନର୍ତ୍ତକୀଙ୍କ ଉପରେ ରଖିଛନ୍ତି।  ଏଭଳି ହେଲେ ଶାଶୂ ଏବଂ ବୋହୂଙ୍କ ବୃତ୍ତି ଏବଂ ସଂସ୍କୃତି ସମାନ ହୋଇଯିବ। ପ୍ରାୟ ୧. ୧୬ ମିନିଟରେ ଏହି ଭିଡିଓଟି ଏବେ ଭାଇରାଲ ହୋଇଛି।