ବିଜେପି ବିଧାୟକଙ୍କ ଝିଅ ସାକ୍ଷୀଙ୍କ ବିବାହରେ ନୂଆ ମୋଡ,ସ୍ବାମୀଙ୍କୁ ନେଇ ହେଲା ଏଭଳି ଖୁଲାସା

ନୂଆଦିଲ୍ଲୀ,୧୩।୭: ବିଜେପି ବିଧାୟକଙ୍କ ଝିଅକୁ ବିବାହ କରିଥିବା ଅଜିତେଶଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି। ବିଧରି ବିଧାୟକ ରାଜେଶ ମିଶ୍ରା ଓରଫ ପପୁ ଭରତୋଲାଙ୍କ କହିବା ଅନୁସାରେ ଅଜିତେସ(ଅଭି)ଙ୍କର ଅକ୍ଟୋବର ୨୦୧୬ରେ ନିର୍ବଦ୍ଧ ହୋଇସାରିଛି। ତାଙ୍କର ଡିସେମ୍ବରରେ ବିବାହ ହେବାର ଥିଲା। କିନ୍ତ ଅଜିତେଶ ହଠାତ ତାଙ୍କର ନିର୍ବନ୍ଧ ଭାଙ୍ଗି ଦେଇଥିଲେ। ପରେ ମୋ ଝିଅକୁ ପ୍ରେମଜାଲରେ ଫସାଇଥଲେ।

ଉଲ୍ଳେଖନୀୟ ଯେ, ସାଭରକର ନଗରରେ ରହୁଥିବା ଅଜିତେଶ ଗତ ୪ ତାରିଖରେ ବିଧାୟକ ରାଜେଶ ମିଶ୍ର ଓରଫ ପପୁ ଭରତୋଲଙ୍କ ଝିଅ  ସାକ୍ଷୀଙ୍କୁ ବିବାହ କରିଥିଲେ। ଏହାପରେ ଦୁହେଁ ବରେଲି ପଳାଇଯାଇଥିଲେ। ସାକ୍ଷୀ ନିଜକୁ ଓ ତାଙ୍କ ସ୍ବାମୀ ଅଭି ଏବଂ ତାଙ୍କର ପରିବାର ଲୋକଙ୍କ ପ୍ରତି ବିପଦ ରହିଛି ବୋଲି ଦୁଇଟି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାକି ଭାଇରାଲ ହୋଇଥିଲା।

ଏକ ଟିଭି ଚ୍ୟାନେଲର ଲାଇଭ ଇଣ୍ଟରଭ୍ୟୁରେ ଖୁଲାସା ହୋଇଥିଲା ଯେ, ଅଭିଙ୍କ ବଡ ଭଉଣୀ ଭୋପାଳରେ ବିବାହ କରିଛନ୍ତି। ସେ ଜଣେ ଇଞ୍ଜିନିୟର। ତାଙ୍କ ମାଧ୍ୟମରେ ୨୦୧୬ରେ ଅଭିଭ୍କ ସମ୍ପର୍କ ହେମନ୍ତ ନାୟକଙ୍କ ଝିଅ ପୁନମଙ୍କ ସହିତ ଧାର୍ଯ୍ୟ ହୋଇଥିଲା। ଡିସେମ୍ବରରେ ତାଙ୍କର ବିବାହ ହେବାକୁ ଥିଲା। କିନ୍ତୁ ଅଭିଙ୍କ ମା’ଙ୍କର ପରଲୋକ ହୋଇଯାଇଥିଲା। ଯେଉଁ କାରଣରୁ ଅଭି ଏହି ସମ୍ପର୍କ ଭାଙ୍ଗି ଦେଇଥିଲେ।

ତେବେ ବିଧାୟକଙ୍କ କହିବା ଅନୁସାରେ, ଅଧିକ ଯୌତୁକ ମାଗିବା କାରଣରୁ ଅଭି ତାଙ୍କର ନିର୍ବଦ୍ଧ ଭାଙ୍ଗିଦେଇଥିଲେ।କିନ୍ତୁ ଅଭି କହୁଛନ୍ତି ଯେ, ତାଙ୍କର ମା‘ଙ୍କର ପରଲୋକ ପରେ ତାଙ୍କର ମନ ଭଲ ନଥିବାରୁ ସେ ଏହି ସମ୍ପର୍କକୁ ଭାଙ୍ଗିଦେଇଥିଲେ। ଏହାପରେ ସାକ୍ଷୀଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେ ସାକ୍ଷୀଙ୍କ ଭାଇ ସହିତ ତାଙ୍କୁ କଲେଜ ଛାଡିବାକୁ ଯିବା ଆସିବା କରୁଥିଲେ। ତାଙ୍କର ଘର ପର୍ଯ୍ୟନ୍ତ ଯିବା ଆସିବା ଓ ଖିଆପିଆ ସବୁ ଚାଲୁଥିଲା। ବିଧାୟକଙ୍କ କହିବା ଅନୁସାରେ ନିର୍ବନ୍ଧ ଭାଙ୍ଗିବା ପରେ ଅଭି ତାଙ୍କ ଝିଅ ସାକ୍ଷୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…