PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ୟୁପି ବିଜେପିରେ ବିଦ୍ରୋହ: ଯୋଗୀ ସରକାରଙ୍କ ବିରୋଧରେ ବିଧାନସଭାରେ ଧାରଣା ଦେଲେ ୧୦୦ରୁ ଅଧିକ ବିଧାୟକ

ଲକ୍ଷ୍ନୌ,୧୭।୧୨: ଉତ୍ତର ପ୍ରଦେଶରରେ ଶାସକ ବିଜେପି ଦଳର ବିଧାୟକଙ୍କ ବିଦ୍ରୋହ। ତେବେ ଏହି ସଂଖ୍ୟା ଜଣେ କିମ୍ବା ଦୁଇଜଣଙ୍କର ନୁହେଁ, ବଂର ୧୦୦ ଜଣରୁ ଅଧିକ ବିଧାୟକ ଏବେ ଯୋଗୀ ସରକାରଙ୍କ ବିରୋଧରେ ଅଛନ୍ତି। ଏହି ବିଧାୟକମାନେ ଯୋଗୀ ସରକାରଙ୍କ ବିରୋଧରେ ଆସି ବିଧାନସଭା ଭିତରେ ଧାରଣାରେ ବସିଯାଇଥିଲେ। ଶୁଣିବାକୁ ମିଳୁଛି ଯେ, ବିଜେପି ବିଧାୟକଙ୍କ ସହିତ ବିରୋଧୀ ଦଳର ବହୁ ବିଧାୟକ ମଧ୍ୟ ବିଧାନସଭା ଭିତରେ ଧାରଣାରେ ବସିଥିଲେ। ଏହା ସହିତ ବିଧାୟକ ଏକତା ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଥିଲେ।

ଏହି ବିଦ୍ରୋହକୁ ଶେଷ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ମୋର୍ଯ୍ୟ ଗୃହରେ ପହଁଞ୍ଚିଥିଲେ, କିନ୍ତୁ ବିଧାୟକମା​‌ନେ ତାଙ୍କ କଥା ଶୁଣିବାକୁ ମନା କରିଦେଇଥିଲେ। ଏହି ବିଧାୟକମାନଙ୍କର ଦାବି ଥିଲା, ଗାଜିଆବାଦର ଏସପିଙ୍କୁ ଗୃହକୁ ଡାକି କ୍ଷମା ମଗାଯାଉ, ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତେବେ ବୁଧବାର ପୁଣିଥରେ ସେମାନେ ଧାରଣାରେ ବସିବେ। ସେମାନେ ଶାସକ ଦଳର ବିଧାୟକ ହୋଇଥିଲେ ମଧ୍ୟ ସରକାରରେ ତାଙ୍କୁ ପ୍ରାଧାନ୍ୟ ଦିଆଯାଉ ନାହିଁ। ଏପରିକି ତାଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ବିଗେଜି ବିଧାୟକମାନେ ଅଭିଯୋଗ କରିଥିଲେ।

ପ୍ରକୃତ କଥା ହେଉଛି ଗାଜିଆବାଦର ବିଜେପି ବିଧାୟକ ନନ୍ଦ କିଶୋର କହିବା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଗାଜିଆବାଦ ପୋଲିସ ଏସପି ଖରାପ ବ୍ୟବହାର କରିଛନ୍ତି । ତେଣୁ ସେ ବିଧାନସଭାରେ କ୍ଷମା ମାଗନ୍ତୁ। ସେ ଏହା କହିବା ବେଳେ ଗୃହ ଭିତରେ ତାଙ୍କୁ କହିବାକୁ ଅନୁମତି ଦିଆଗଲାନି। ଏଥିରେ ଅସନ୍ତୁଷ୍ଟ ହୋଇ ନନ୍ଦ କିଶୋର ବିଧାନସଭା ଭିତରେ ଧାରଣାରେ ବସିଥିଲେ। ଏହାପରେ ଶାସକ ଦଳର ଶତାଧିକ ବିଧାୟକ ଖୋଲାଖୋଲି ଭାବରେ ସାମନାକୁ ଆସିଥିଲେ। ବିଧାନସଭା ମୁଲତବୀ ପରେ ବିଧାୟକମାନେ ଯେତେବେଳେ ଧାରଣା ଦେବା ଆରମ୍ଭ କରିଥିଲେ ସେତେବେଳେ ଶାସକ ଦଳର ୧୫୦ରୁ ଅଧିକ ବିଧାୟକ ତାଙ୍କ ସହିତ ଥିଲେ। ଅନ୍ୟପକ୍ଷେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିରୋଧୀ ଦଳ ବିଧାନସଭାରେ ଚର୍ଚ୍ଚା କରିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେବା ନେଇ ଦାବି କରିଥିଲା। ବିରୋଧୀ ଦଳର ବିଧାୟକମାନେ ଗୃହରେ ଓ୍ବାକଆଉଟ୍ କରିଥିଲେ।