PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ, କହିଲେ- ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି

ଲକ୍ଷ୍ନୌ, ୩୦|୧୨:  ଉତ୍ତରପ୍ରଦେଶର ଜଣେ ବିଜେପି ସାଂସଦ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଚାଲିଥିବା ସରକାରରେ ଅପରାଧ ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ଦୁର୍ନୀତିଗ୍ରସ୍ତ ହୋଇଯାଇଛି ବୋଲି ସେ କହିଛନ୍ତି।

ମୋହନଲାଲଗଞ୍ଜର ବିଜେପି ସାଂସଦ କୌଶଳ କିଶୋର ଯୋଗୀ ସରକାରକୁ କାଠଗଡାକୁ ଟାଣିଛନ୍ତି। ସେ କହିଛନ୍ତି ଯେ, ପୋଲିସ ନକରାତ୍ମକ ଭୂମିକା ଗ୍ରହଣ କରୁଛି। ଫଳରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ହତ୍ୟା ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି। ୟୁପି ଜନତା ମଧ୍ୟ ଟ୍ୱିଟରରେ ଏହି ମନ୍ତବ୍ୟକୁ ସମର୍ଥନ କରି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆଉ ଏକ ଟ୍ୱିଟରେ ସାଂସଦ କହିଛନ୍ତି ଯେ, ସୀତାପୁର ଜିଲ୍ଲାରେ ଅଧିକାଂଶ ଥାନାଧିକାରୀ ମନମାନି ଚଳାଇଛନ୍ତି। ଫଳରେ ସାଧାରଣ ଜନତା ହଉରାଣ ହରକତ ହେଉଛନ୍ତି। ପୋଲିସ କେବଳ ବଟି ନେଉଛି। ପୂର୍ବରୁ ମଧ୍ୟ କିଶୋର ପୋଲିସକୁ ସମାଲୋଚନା କରିଛନ୍ତି। କାରଣ ସୀତାପୁରରେ ଜଣେ ମାଛ ବେପାରୀଙ୍କୁ ହତ୍ୟା କରାଯାଇଥିଲା। ଏପରିକି ଅଭିଯୁକ୍ତମାନେ ଗିରଫ ହୋଇନଥିଲେ।