PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବିଜେପି ସାଂସଦ ପ୍ରଜ୍ଞା ଠାକୁର ଅସୁସ୍ଥ,ନିଶ୍ବାସ ନେବାରେ କଷ୍ଟ ପରେ ଚିକିତ୍ସା ପାଇଁ ଚାଟାର୍ଡ ପ୍ଲେନରେ ଗଲେ ମୁମ୍ବାଇ

https://hindi.asianetnews.com/

ଭୋପାଳ,୬।୨: ମଧ୍ୟ ପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାବଧୀ ପ୍ରଜ୍ଞା ଠାକୁରଙ୍କ ହଠାତ୍ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା। ଏହି କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଚାଟାର୍ଡ ପ୍ଲେନ ଯୋଗେ ମୁମ୍ବାଇ ନିଆଯାଉଛି। ପ୍ରଜ୍ଞା ଠାକୁରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାପରେ ମୁମ୍ବାଇ ନିଆଯାଉଛି। ଶୁକ୍ରବାର ପ୍ରଜ୍ଞା ଠାକୁରଙ୍କ ବ୍ଲଡ ପ୍ରେସର ବଢିଯାଇଥିଲା। ଏବେ ମୁମ୍ବାଇରେ ତାଙ୍କୁ କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ପ୍ରଜ୍ଞା ଠାକୁରଙ୍କୁ ୧୯ ଫେବୃଆରୀରେ ଡାକ୍ତରଙ୍କ ପରାମର୍ଶରେ ନୂଆ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା, ନିୟମିତ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର