PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୀୟୂଷଙ୍କୁ ବିଜେପି ସାଂସଦଙ୍କ ଫେରାଦ – ପିଏମ୍‌ଜିକେଏୱାଇ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଦୁର୍ନୀତି,ରାଜ୍ୟ ସରକାରଙ୍କ ଅନିୟମିତତା, ତଦନ୍ତ କର


ରାଜ୍ୟ ସରକାରଙ୍କ ଅନିୟମିତତା, ତଦନ୍ତ କର

ଭୁବନେଶ୍ୱର (ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା କରିଛନ୍ତି ରାଜ୍ୟ ସରକାର । ଭୂତ ରାସନକାର୍ଡଧାରୀଙ୍କ ନାମରେ ଚାଉଳ ଓ ଗହମ ଉଠାଣ କରୁଛନ୍ତି । ସିଧାସଳଖ ରାଜ୍ୟ ସରକାର ଏ ଅନିୟମିତତାରେ ସଂପୃକ୍ତ ଅଛନ୍ତି । ଏ ହେରଫେର୍‌ ଓ ଅନିୟମିତତାର ତଦନ୍ତ କରାଯାଉ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଏମିତି ଫେରାଦ ହୋଇଛନ୍ତି ବିଜେପି ସାଂସଦ ।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍‌ ତଥା ଅବ୍ୟବସ୍ଥା ଉପରେ ଅବଗତ କରିଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା ନେଇ ଅଭିଯୋଗ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରର ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିବା ସହ ଜାଲିଆତିର ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।

ବିଜେପି ଟିମ୍‌ ଅଭିଯୋଗ କରିଛି, କୋଭିଡ ମହାମାରୀ ସମୟରେ ପିଏମଜିକେଏୱାଇରେ ଏପ୍ରିଲ୍‌-ନମ୍ବେବର ୨୦୨୦ ଅବଧି ପାଇଁ ଓଡିଶାର ୯୨.୭୭ ଲକ୍ଷରୁ ଅଧିକ ଏନଏଫ୍‌ଏସ୍‌ଏ କାର୍ଡଧାରୀଙ୍କ ପାଇଁ ୧୨.୯୪ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ମାଗଣାରେ ଓଡିଶାକୁ ଦିଆଯାଇଥିଲା । ସେଥିରୁ ୧୨.୫ ଲକ୍ଷ ମେଟ୍ରିକ ଟନ ଉଠାଯାଇଥିଲା । ୨୦୨୦-୨୧ ରେ ପିଏମ୍‌ଜିକେଏୱାଇରେ ମେ-ନଭେମ୍ବର ୨୦୨୧ ଅବଧି ପାଇଁ ଓଡିଶାକୁ ପ୍ରାୟ ୧୧.୩୫ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟଶସ୍ୟ ମଞ୍ଜୁର ହୋଇଛି । ସେଥିରୁ ୬.୨୨ ଲକ୍ଷ ମେଟ୍ରିକ ଟନ୍‌ ଉଠାଯାଇଛି । ଏହା ଚିନ୍ତାଜନକ ଯେ ପିଏମଜିକେଏୱାଇ ଏବଂ ଏନଏଫଏସଏ ଯୋଜନାରେ ୧୫ଟି ଜିଲ୍ଲାରେ ୧୦ ପ୍ରତିଶତରୁ କମ୍‌ ଖାଦ୍ୟଶସ୍ୟ ଉଠାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ପଛୁଆ ଏବଂ ଆଦିବାସୀ ବହୁଳ ଜିଲ୍ଲା । ପିଏମଜିକେଏୱାଇ ଯୋଜନା ଅଧୀନରେ ଗତ ମେ ରେ ୮୭.୩୯ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । ୫.୪୩ ଲକ୍ଷ ଏନ୍‌ଏଫ୍‌ଏସଏ କାର୍ଡଧାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଇନାହିଁ । ସେହିପରି ଜୁନ୍‌ ୨୦୨୧ରେ କେବଳ ୮୮.୨୩ ଲକ୍ଷଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିବା ବେଳେ ୪.୫୪ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ବିତରଣ କରାଯାଇନାହିଁ । ଏହି ତଥ୍ୟ ପ୍ରମାଣିତ କରୁଛି ଯେ ରାଜ୍ୟରେ ଭୂତ ରାସନକାର୍ଡଧାରୀ ଅଛନ୍ତି ।


ରାଜ୍ୟ ସରକାର ମ।।ଗଣା ରାସନ ସାମଗ୍ରୀ ଏବଂ ଉପଲବ୍ଧ ସୁବିଧା ସଂପର୍କରେ ସୂଚନା ଦେବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ଏହି ଯୋଜନାକୁ ଭୁଲ ବ୍ରାଣ୍ଡିଂ କରିଛନ୍ତି । ପିଏମଜିକେଏୱାଇ ପରିଚାଳନାରେ ତ୍ରୁଟିକୁ ସୁଧାରିବାକୁ ଶ୍ରୀ ଗୋୟଲ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସାଂସଦମାନେ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ବସନ୍ତ କୁମାର ପଣ୍ଡା, ନୀତିଶ ଗଙ୍ଗଦେବ, ସଙ୍ଗୀତା ସିଂହଦେଓ ପ୍ରମୁଖ ଗୋୟଲଙ୍କୁ ଭେଟିଥିଲେ ।:

ସମ୍ବନ୍ଧିତ ଖବର