PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେପି କେବେ ହେଲେ ପ୍ରତିଶ୍ରୁତି ଦେଇ ନଥିଲା ଯେ ଲୋକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବ: ରାଜନାଥ ସିଂହ

ନୂଆଦିଲ୍ଲୀ ୯।୪: ୨୦୧୯ ଲୋକସଭା ନିର୍ବାଚନକୁ ନେଇ ବିପକ୍ଷ ଦଳମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ଏ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ବିପକ୍ଷ ଦଳର ଆରୋପ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ୨୦୧୪ରେ ବିଜେପି କରିଥିବା ପ୍ରତିଶ୍ରୁତି ପୂରଣ କରିନାହିଁ ବୋଲି ବିପକ୍ଷ ଦଳ ଆରୋପ ଲଗାଇ ଆସୁଥିବା ବେଳେ ଏହା ଉପରେ ନିଜର ବୟାନ ରଖିଛନ୍ତି ରାଜନାଥ ସିଂହ।

ମଙ୍ଗଳବାର ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୦୧୪ରେ ନିର୍ବାଚନୀ ପ୍ରଚାର ସମୟରେ ବିଜେପି କେବେ ବି ଲୋକମାନଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇନଥିଲା ବୋଲି କହିଛନ୍ତି ରାଜନାଥ ସିଂହ। ଆମେ କେବଳ କଳାଧନକୁ ନେି ତଦନ୍ତ କରିବା ସହ ଧନ ରଖିଥିବା ଲୋକାମାନଙ୍କ ବିରୋଧରେ କାର୍ଯ୍ୟାନୁ​‌ଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲୁ। କେବେ ହେଲେ ଲୋକମାନଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇନଥିଲୁ।  ଆମେ କରିଥିବା ପ୍ରତିଶ୍ରୁତି ପୁରା କରିଛୁ। ଆମ ସରକାର କଳା ଧନକୁ ନେଇ ଏସଆଇଟି ତିଆରି କରିଥିଲା ଏବଂ କଳା ଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର