PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣାଗଡ: ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ
  • ||
  • ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ: ୨୪ଘଣ୍ଟାରେ ୩୬୬୪ଜଣ ପଜିଟିଭ ଚିହ୍ନଟ, ଆଖିବୁଜିଲେ ଆଉ ୨ ଆକ୍ରାନ୍ତ
  • ||
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ବିଧାନସଭା ନିର୍ବାଚନ ପରେ ଟିଏମସିକୁ ‘ଆରାମ’ ପାଇଁ ପଠାଯିବା ଉଚିତ ଏବଂ ବିଜେପିକୁ ‘କାମ’ ଦିଆଯିବା ଉଚିତ: ଜେ ପି ନଡା…

The Quint

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ‘ଅସୋଲ ପାରିବର୍ତ୍ତନ’ ଅର୍ଥାତ ଅସଲି ପରିବର୍ତ୍ତନ ପାଇଁ ବିଜେପି ସରକାର ଗଠନ କରିବାକୁ ଜିଦ୍ ଧରି ଦଳର ସଭାପତି ଜେ.ପି ନଡ୍ଡା  ତୃଣମୁଳ କଂଗ୍ରେସର ମୁଖ୍ୟ ନିର୍ବାଚନ ପ୍ରସଙ୍ଗ ‘ବଙ୍ଗାଲୀ ଅସମିତା’ର ଅଭାବକୁ ଆଲୋକିତ କରିବାକୁ କହିଛନ୍ତି । ନଡ୍ଡା ରାଜ୍ୟବାସୀଙ୍କୁ ପଚାରିଥିଲେ ଯେ ସେମାନେ ବିକାଶ ଚାହୁଁଛନ୍ତି ନା ‘ କଟ୍ ମନି ଟଙ୍କା ସଂସ୍କୃତି ‘।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ କରି ନଡ୍ଡା ଅଭିଯୋଗ କରିଛନ୍ତି ଯେ ବାନାର୍ଜୀ ବଙ୍ଗଳାର ମହିଳାମାନଙ୍କ ବିଷୟରେ କିଛି ଭାବିନାହାଁନ୍ତି ।  ସେମାନଙ୍କ ସୁରକ୍ଷା ବିଷୟରେ କିଛି କରିନାହାଁନ୍ତି । ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ତୃଣମୁଳ କଂଗ୍ରେସକୁ ‘ବିଶ୍ରାମ’ କରିବାକୁ ପଠାଇ ଦିଆଯାଉ ଏବଂ ବିଜେପିକୁ ‘କାମ’ ଦେବା ଦରକାର । 

ବିଜେପି ସଭାପତି ଜେପି ନଡା ଗୁରୁବାର କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକଙ୍କୁ ‘କଟମନି ‘ ଏବଂ ‘ଟୋଲାବାଜୀ’ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକା ଦରକାର । ସେ କହିଛନ୍ତି ଯେ ତୃଣମୁଳ କଂଗ୍ରେସକୁ ‘ବିଶ୍ରାମ’ ପଠାଇବାକୁ ପଡ଼ିବ ଏବଂ ବିଜେପିକୁ ସରକାର ଚଳାଇବା ଦାୟିତ୍ୱ ଦିଆଯାଉ ।

ପଶ୍ଚିମବଙ୍ଗରେ ପରିବର୍ତ୍ତନ ଯାତ୍ରା ସମାବେଶରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନଡା ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ‘ପ୍ରକୃତ ବଙ୍ଗୀୟ ସଂସ୍କୃତି’ର ପ୍ରତିନିଧିତ୍ୱ କରନ୍ତି ନାହିଁ ଏବଂ ଯଦି ବିଜେପି କ୍ଷମତାକୁ ଆସେ ତେବେ ଏହାକୁ ପୁନ ସ୍ଥାପନ କରିବ ।

ସମ୍ବନ୍ଧିତ ଖବର