PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ହାରିବା ଭୟରେ ଦୁଇ ଆସନରୁ ଲଢୁଛନ୍ତି ନବୀନ: ବିଜେପି

ଭୁବନେଶ୍ୱର,୧୮ ।୩(ବ୍ୟୁରୋ): ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ନବୀନଙ୍କ ସ୍ଥିତି ଭଲ ନଥିଲା । ଏ କଥା ଗୁଇନ୍ଦା ବିଭାଗ ମୁଖିଆ ନବୀନଙ୍କୁ ରିପୋର୍ଟ ଦେଇଥିଲେ । ଯେଉଁଥିପାଇଁ ନବୀନ ହିଞ୍ଜିଳି ସହିତ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । ହାରିଯିବାର ଭୟରେ ବିଜେଡି ସୁପ୍ରିମୋ ଏଭଳି ନିଷ୍ପତ୍ତି ନେଇଥିବା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଗୁଇନ୍ଦା ବିଭାଗ ଚିଠି ଦେଖାଇ କହିଛନ୍ତି, ମାର୍ଚ୍ଚ ୧୫ ତାରିଖରେ ଗୁଇନ୍ଦା ବିଭାଗ ଏକ ଚିଠି ଲେଖି କହିଛି । ଯଦି ନବୀନ ହିଞ୍ଜିଳିରୁ ନିର୍ବାଚନ ଲଢ଼ନ୍ତି, ତା ହେଲେ ହାରିବାର ଆଶଙ୍କା ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁଇନ୍ଦା ମହାନିର୍ଦ୍ଦେଶକ ସମୀକ୍ଷା କରିବା ପରେ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଏହା ଜଣାଇ ଦିଆଯାଇଛି ।
ଏମିତିକି କେଉଁ ଆସନରୁ ନବୀନ ଲଢ଼ିଲେ ଜିତିବା ସହଜ ହେବ । ସେ ନେଇ ପ୍ରସ୍ତାବ ମଧ୍ୟ ଦେଇଛି ଗୁଇନ୍ଦା ବିଭାଗ । ରାଉରକେଲା, ବିଜେପୁର, ବଲାଙ୍ଗୀର, ବଲାଙ୍ଗୀର କିମ୍ବା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରୁ ଲଢ଼ିଲେ ସ୍ଥିତି ଭଲ ରହିବ ବୋଲି ଗୁଇନ୍ଦା ରିପୋର୍ଟରେ ଉଲ୍ଲେଖ ଥିବା ତ୍ରିପାଠୀ ସୂଚନା ଦେଇଛନ୍ତି ।
ସରକାରଙ୍କ କୁଶାସନ ଯୋଗୁ ଜନସାଧାରଣ ବହୁ ସମସ୍ୟାରେ ପଡ଼ୁଛନ୍ତି । ଏମିତି କି ଭିତ୍ତିଭୂମିର ଅଭାବ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଆଣିଛି । କାଳିଆ ଯୋଜନା ଟଙ୍କା ବଣ୍ଟାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ହୋଇଛି । ବାତ୍ୟା ସହାୟତା ଟଙ୍କା କେବଳ ବିଜେଡି ନେତାଙ୍କୁ ମିଳିଛି । ଯାହାକୁ ନେଇ ଲୋକେ ତାତିକି ଅଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଟଙ୍କଧରଙ୍କ ସହ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।