PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଜାରି ହେଲା ବିଜେପିର ନୂଆ ପ୍ରାର୍ଥୀ ତାଲିକା, ବିଜେପୁରରୁ ସନତ ଗଡତିଆ

source:zeenews.india.com

ନୁଆଦିଲ୍ଲୀ ୨୬/୩: ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ନିଜ ପ୍ରାର୍ଥୀ ତାଲିକା ଜାରି କରିଛି । ସୋମବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପାର୍ଟି ବିଳମ୍ବିତ ରାତିରେ ଏହି ତାଲିକା ଘୋଷଣା କରିଛି । ପାର୍ଟି ଅଧ୍ଯକ୍ଷ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପିଏମ୍ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ସୁଷମା ସ୍ୱରାଜ, ନିତିନ ଗଡକରି ଉପସ୍ଥିତ ଥିଲେ । ବୈଠକ ପରେ ଦଳ ଲୋକସଭା ନିର୍ବାଚନ ପାଇଁ ନବମ ତାଲିକା ଜାରି କରିଛି । ଏହି ତାଲିକାରେ ୪ ଲୋକସଭା ପ୍ରାର୍ଥୀଙ୍କ ନାଁ ରହିଛି । ଲିଷ୍ଟରେ କର୍ଣ୍ଣାଟକର ୨, ଆସାମ ଓ ୟୁପିର ଗୋଟିଏ ଗୋଟିଏ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବିଜେପୁର ବିଧାନସଭା ପାଇଁ ସନତ ଗଡତିଆଙ୍କ ନାଁ ଘୋଷଣା କରିଛି ଦଳ ।

ନମବ ତାଲିକାରେ କର୍ଣ୍ଣାଟକର ୨ ସିଟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ଆସନରୁ ତେଜସ୍ୱୀ ସୂର୍ଯ୍ୟା ଏଲଏସ ଓ ବେଙ୍ଗାଲୁରୁ ଗ୍ରାମୀଣ ସିଟରୁ ଅଶ୍ୱନ୍ତ ନାରାୟଣଙ୍କୁ ଟିକେଟ ଦିଆଯାଇଛି । ଏହା ସହିତ ଦଳ ଓଡିଶା ବିଧାନସଭା ନିର୍ବାଚନ ପାଇଁ ନିଜ ଚତୁର୍ଥ ତାଲିକାରେ ବିଜେପୁର ବିଧାନସଭା ଆସନରୁ ସନତ ଗଡତିଆଙ୍କ ନାଁ ଘୋଷଣା କରିଛି ।

ବିଜେପୁର ଆସନ ପାଇଁ ସନତ ଗଡତିଆ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଦଳ ଘୋଷଣା କରିଛି । ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ବିପକ୍ଷରେ ନିର୍ବାଚନ ଲଢିବେ । ଲୋକସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ଏପର୍ଯ୍ଯନ୍ତ ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ସେମାନଙ୍କ ମଧ୍ୟରେ ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗାନ୍ଧୀନଗରରୁ ପାର୍ଟି ଅଧ୍ଯକ୍ଷ ଅମିତ ଶାହଙ୍କ ନାଁ ସାମିଲ ଅଛି । ଗୃହମନ୍ତ୍ରୀ ରାଜନାଥ ସିଂହ ପୁଣି ଲକ୍ଷ୍ନୌରୁ ନିର୍ବାଚନ ଲଢିବେ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ପୁରୀରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ।

ସମ୍ବନ୍ଧିତ ଖବର