ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଆମେଠିରୁ କାହିଁକି ଲୋକସଭା ନିର୍ବାଚନ ଲଢିଲେନି ପ୍ରିୟଙ୍କା ଗାନ୍ଧୀ ? ସ୍ମୃତି ଇରାନୀ ଦେଲେ ଦୃଢ ଜବାବ

ନୂଆଦିଲ୍ଲୀ : ବିଜେପି ନେତା ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି କି କଂଗ୍ରେସ ନେତାଙ୍କୁ ହାରିବାର ଡ଼ର ଅଛି। ଏଥିପାଇଁ ସେ ନିର୍ବାଚନ ଲଢୁ ନାହାନ୍ତି। ସ୍ମୃତିଙ୍କୁ ପଚରା ଗଲା ଯେ, ଆପଣ କଣ ଭାବୁଛନ୍ତି କି ,ପ୍ରିୟଙ୍କା ଆମେଠିରୁ ନିର୍ବାଚନ କାହିଁକି ଲଢୁ ନାହାନ୍ତି ? ଏହାର ଜବାବରେ ସେ କହିଛନ୍ତି, ଏହା ଏଥିପାଇଁ କାରଣ ତାଙ୍କୁ ହାରିବାର ଭୟ ଥିଲା। ସେ ପରାଜୟରୁ ନିଜର କ୍ୟାରିୟର ଆରମ୍ଭ କରିବାକୁ ଚାହୁଁ ନାହାନ୍ତି। ସେ କହିଛନ୍ତି ଯଦି ମୁଁ ଏତେ ଖରାପ ଥିଲି ତ ମୋ ବିରୋଧରେ ନିର୍ବାଚନ ଲଢିଥାନ୍ତେ।

ଆମେଠିରୁ ଏହି ବିଜେପି ପ୍ରାର୍ଥୀ କହିଛନ୍ତି , ଯଦି ସ୍ମୃତି ଇରାନୀ ଖୁବ୍‌ ଦୁର୍ବଳ ଥାନ୍ତା ତ ତଥାପି ଲଢି ଥାନ୍ତା , ଯଦି ଏଠାରେ ବିଜେପିର ଚାନ୍ସ କମ୍‌ ଥାନ୍ତା ତ ତଥାପି ଲଢି ଥାନ୍ତି। ସ୍ମୃତି କହିଛନ୍ତି ଆପଣ ମିଥ୍ୟାର ପରାକାଷ୍ଠା ଦେଖନ୍ତୁ , ଯେବେ ଆପଣ (ରାହୁଲ ଗାନ୍ଧୀ) ବାୟନାଡରୁ ନାମାଙ୍କନ ଭରିଲେ ତ ସେଠାର ଲୋକଙ୍କୁ ଏହା କହି ନଥିଲେ। ଆଉ ଏକ ମିଛର ପରାକାଷ୍ଠା ଦେଖନ୍ତୁ କି ଯେବେ ସେ ରାୟବରେଲି ଆସିଥିଲେ ତ ନାମାଙ୍କନ ପୂର୍ବରୁ ପୂଜା କରିଥିଲେ , କିନ୍ତୁ ବାୟନାଡରେ ଆପଣ ପୂଜା କାହିଁକି କଲେନି। ପୂଜା ତ ଶେଷ ଆସ୍ଥାର ବିଷୟ ନା। ବାୟନାଡ ଯାଇ ମୁସ୍କିଲ ଲିଗ୍‌ର ପତାକା ଲୁଚାଯାଏ ଏବଂ ରାୟବରେଲି ଆସିବାରେ କିଛି ବି ପୂଜା କରିବାକୁ ଲାଗିଲେ।

ଏହା ପୂର୍ବରୁ ସ୍ମୃତି ଇରାନୀ କହିଥିଲେ କି କଂଗ୍ରେସ ରାମ ବିରୋଧି । କଂଗ୍ରେସ କହୁଛି ଯେ , ଆମେ କ୍ଷମତାକୁ ଆସିଲେ ରାମ ମନ୍ଦିରରର ନିଷ୍ପତ୍ତିକୁ ଓଲଟାଇ ଦେବୁ। କଂଗ୍ରେସ ଲୋକେ ଭଗବାନ ରାମଙ୍କ ପ୍ରସାଦ ପାଇବାକୁ ବି ମନା କରି ଦିଅନ୍ତି। ଇରାନୀ ଗୁରୁବାର ନିର୍ବାଚନୀ ସଭାରେ କଂଗ୍ରେସକୁ ଖୁବ୍‌ ଟାର୍ଗେଟ୍ କରି କହିଥିଲେ, ମନ୍ଦିରରେ ପଦ୍ମ ଫୁଲ୍ ଲଗା ଯାଏ ,ହାତ ନୁହେଁ। ଏଥିପାଇଁ ଆପଣମାନେ ସମସ୍ତେ   ଆଗାମୀ ୨୦ ମେ’ରେ ପଦ୍ମ ଫୁଲ ଥିବା ବଟନ ଦବାଇ ବିଜେପିର ସମର୍ଥନରେ ଭୋଟ୍‌ ଦିଅନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.