ସୋସିଆଲ ମିଡ଼ିଆରେ ସବୁଠୁ ‘ସୁପରହିଟ୍’ ହେଉଛି ସମ୍ବିତ ପାତ୍ରଙ୍କ ନିର୍ବାଚନ ପ୍ରଚାର, ଦେଖନ୍ତୁ ଏହି ଭାଇରାଲ ଫଟୋକୁ…

ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ତଥା ଭାରତୀୟ ଜନତା ପାର୍ଟିର ବହୁ ଚର୍ଚ୍ଚିତ ପ୍ରବକ୍ତା ସମ୍ବିତ ପାତ୍ର ଏଥର ଲୋକସଭା ନିର୍ବାଚନରେ ନିଜ ଭାଗ୍ୟକୁ ଫଟୋ ମାଧ୍ୟମରେ ଦର୍ଶାଉଛନ୍ତି। ତେବେ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ କରି ସମ୍ବିତ ପାତ୍ର ପଡ଼ିଆକୁ ଛଡ଼ାଯାଇଛି। ଏହାପରେ ସମ୍ବିତ ପାତ୍ର ବିଭିନ୍ନ ସ୍ଥାନକୁ ଭ୍ରମଣ ଯାଉଥିବାର ଏବେ ନଜର ଆସୁଛନ୍ତି। କେବଳ ସେତିକି ନୁ​‌ହେଁ ବରଂ ସମ୍ବିତ ପାତ୍ର ଭିନ୍ନ ଭିନ୍ନ ଢ଼ଙ୍ଗରେ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି ଯାହା ସୋସିଆଲ ମିଡ଼ିଆରୁ ଜଣାଯାଇଛି।

ସମ୍ବିତ ପାତ୍ର ସୋସିଆଲ ମିଡ଼ିଆରେ ପ୍ରଚାରକୁ ନେଇ ବହୁ ଫଟୋ ସେୟାର କରୁଛନ୍ତି। ଯାହାକି ହିନ୍ଦୀ, ଇଂଲିଶ୍ ଏବଂ ଓଡ଼ିଆ ଭାଷାରେ ଟ୍ବିଟ କରୁଛନ୍ତି ଏବଂ ପ୍ରଚାରର ଫଟୋ ମଧ୍ୟ ସେୟାର କରୁଛନ୍ତି।

କେବେ ଗରୀବଙ୍କ ଘରେ ଖାଉଛନ୍ତି ତ କେବେ ନିଜ ହାତରେ ଅନ୍ୟମାନଙ୍କୁ ଖୁଆଇ ଦେଉଛନ୍ତି। ଆଉ କେତେବେଳେ ଗରୀବ ଲୋକଙ୍କ ନିଜ ବାହୁରେ ଜାବୁଡ଼ି ଧରୁଛନ୍ତି। ଏକଥା ଆମେ କହୁନୁ। ପ୍ରତିଦିନ ଭିନ୍ନ ଭିନ୍ନ ଅନ୍ଦାଜରେ ସମ୍ବିତ ପାତ୍ର ପ୍ରଚାର କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଦେଖେଇ ଦେଉଛନ୍ତି।

ସମ୍ବିତ ପାତ୍ରଙ୍କ ଟ୍ବିଟର ଟାଇମଲାଇନ ଦେଖିବା ପରେ ଜଣାପଡ଼ିଛି କି ସେ ବହୁତ ସକ୍ରିୟ ଅଟନ୍ତି। କେତେବେଳେ ପୋଖରୀରେ ଗାଧୋଉଥିବାର ଫଟୋ ସେୟାର କରୁଛନ୍ତି ତ କେବେ ରାତି ୧ଟାରେ କର୍ମକର୍ତ୍ତାଙ୍କ ସହିତ ଚଟାଣରେ ବସି ଖାଉଛନ୍ତି ପୁଣି କେତେବେଳେ ଗ୍ରାମୀଣ ଲୋକଙ୍କ ମଝିରେ ବସି ଖାଇବା ଖାଉଛନ୍ତି।  

ସମ୍ବିତ ପାତ୍ର ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ତେଲୁଗୁ ଗୀତ ‘ତୁମ୍ ମିଲେ, ଦିଲ ଖିଲେ’ ଗାଉଥିବାର ନଜର ଆସିଛନ୍ତି। ସେ କହିଛନ୍ତି କି, ପୁରୀରେ ତେଲୁଗୁ ବ୍ୟକ୍ତି ମଧ୍ୟ ରହୁଛନ୍ତି। ଏଥିପାଇଁ ନିର୍ବାଚନ ପ୍ରଚାରରେ ଏହି ପ୍ରସିଦ୍ଧ ଗୀତ ଡିମାଣ୍ଡରେ ରହିଛି।

ସମ୍ବିତ ପାତ୍ରଙ୍କ ଖାଇବା ଫଟୋ ଓ ଭିଡ଼ିଓ ବହୁତ ଭାଇରାଲ ହୋଇଛି। ସେ ଲେଖିଥିଲେ କି- ଏହା ମୋ ନିଜ ପରିବାର, ମା’ ମୋ ପାଇଁ ଖାଇବା ତିଆରି କରି ଖୁଆଇଦେଉଛନ୍ତି। ମୁଁ ମଧ୍ୟ ମୋ ହାତରେ ତାଙ୍କୁ ଖୁଆଇ ଦେଇଛି। ଏହା ବି କହୁଛି କି, ତାଙ୍କ ସେବା ଇଶ୍ବରଙ୍କ ପାଇଁ ସବୁଠୁ ବଡ଼ ପୂଜା ହେବ।

ସମ୍ବିତ ପାତ୍ରଙ୍କ ଟ୍ବିଟରରେ ଲେଖିଛନ୍ତି କି, ଲୋକଙ୍କ ଠାରୁ ଯେତିକି ଭଲ ପାଇବା ଓ ଆଶିର୍ବାଦ ମିଳିଛି ଏହା ମୋ ପାଇଁ ବଡ଼ ସୈାଭାଗ୍ୟ। ଏହା କି କହିରଖୁଛୁ ଯେ, ପୁରୀ ଆସନ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁକାବିଲା ବିଜେଡ଼ି ପିନାକୀ ମିଶ୍ରଙ୍କ ସହିତ ହେଉଛି।

ପିନାକୀ ମିଶ୍ର ପୂର୍ବ ବର୍ଷ ଲୋକସଭା ନିର୍ବାଚନରେ ପାଞ୍ଚ ଲକ୍ଷରୁ ଅଧିକ ଭୋଟ୍ ମିଳିଥିଲା। କଂଗ୍ରେସ ଏହି ଆସନରୁ ସତ୍ୟ ପ୍ରକାଶ ନାୟକଙ୍କୁ ଟିକଟ ଦେଇଛି।

   ସମ୍ବନ୍ଧିତ ଖବର


ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ସଫଳତାର ଶୀର୍ଷରେ ସ୍ବାତୀ

ଜାନ୍‌ଙ୍କୁ ଆକ୍ଷେପ କଲେ ବାପା କୁମାର ସାନୁ, କହିଲେ, ‘ସେ ତାଙ୍କ ନାଁରୁ ମୋ ନାଁକୁ ବାଦ୍ ଦେଇ ନିଜ ମା’ଙ୍କ ନାଁ ଯୋଡ଼ିବା ଉଚିତ୍’

ବାପାଙ୍କ ଫିଟନେସ୍‌ କୋଚ୍‌ଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ଝିଅ ଇରା ଖାନ୍‌, ଇଂଷ୍ଟାରେ ସେୟାର କଲେ ଏମିତି ଫଟୋ…

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…