PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବିଜେପିର ନୂଆ ସଭାପତି ନାଁ ନେଇ ଚର୍ଚ୍ଚା: ମକର ସଂକ୍ରାନ୍ତି ପରେ ବିଜେପି ମଙ୍ଗୁଆଳଙ୍କ ନାଁରେ ଲାଗିବ ମୋହର!

ଭୁବନେଶ୍ୱର ୦୨/୦୧: କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ । ବଲାଙ୍ଗୀରରୁ ବାରିପଦା, ବରଗଡ଼ରୁ ଭୁବନେଶ୍ୱର, ସବୁଠି ଏହାକୁ ନେଇ ଚର୍ଚ୍ଚା । ବିଜେପିର ନୂଆ ସଭାପତି ନାଁରେ ନୂଆବର୍ଷ ପୂର୍ବରୁ ମୋହର ଲାଗିଯିବ ବୋଲି ଅନୁମାନ କରାଯାଉଥିଲା । ମାତ୍ର ଏ ପ୍ରକ୍ରିୟା ଏବେ ବି ଅସମ୍ପୂର୍ଣ୍ଣ । ଅଙ୍କ ଏଯାଏ ଛିଣ୍ଡୁନି । ତେଣୁ ସଭାପତି ଚୟନରେ ବିଳମ୍ବ ହେଉଛି । ଆସନ୍ତା ମକର ସଂକ୍ରାନ୍ତି ପରେ ବିଜେପି ନୂଆ ରାଜ୍ୟ ସଭାପତି ପାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ବିଜେପିର ସାଂଗଠନିକ ପର୍ବ ଶେଷ ହେବା ଉପରେ । ଦଳ କେବଳ କଳାହାଣ୍ଡି ଓ ଭୁବନେଶ୍ୱରକୁ ଛାଡ଼ି ଅନ୍ୟ ୩୪ ସାଂଗଠନିକ ଜିଲ୍ଲାର ସଭାପତି ଚୟନ କରିସାରିଛି । ମାତ୍ର ରାଜ୍ୟ ସଭାପତି ଅଙ୍କ ଏବେ ବି ଅଛିଣ୍ଡା ରହିଛି । କିଏ ରାଜ୍ୟ ବିଜେପିର ମଙ୍ଗ ଧରି ଦଳକୁ ଆହୁରି ଆଗକୁ ନେବ ତାହା ଏଯାଏ ଅସ୍ପଷ୍ଟ । ଇତିମଧ୍ୟରେ ଦଳର ରାଷ୍ଟ୍ରୀୟ ଉପସଭାପତି ବିନୟ ସହସ୍ରବୁଦେ୍ଧ ଓ ଜାତୀୟ ସଂପାଦକ ଆର ପି ସିଂହ ଭୁବନେଶ୍ୱର ଗସ୍ତରେ ଆସି ନୂଆ ସଭାପତି ବାଛିବା ନେଇ ଦଳର ଛାମୁଆ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ।

ଦଳର ସାଂସଦ ଓ ବିଧାୟକମାନେ ନୂଆବର୍ଷ ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଥିବାରୁ ସେମାନଙ୍କ ସହ ଏ ଦୁଇ ନେତା ଏଯାଏ କିଛି ଆଲୋଚନା କରିପାରି ନାହାନ୍ତି । ଏ ଦୁଇ ନେତା ଆଉ କିଛି ବରିଷ୍ଠ ନେତାଙ୍କ ସହ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା କରି ରିପୋର୍ଟ ଦେବେ । ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡ୍ଡି ମଧ୍ୟ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାଙ୍କ ମତାମତ ଲୋଡ଼ିପାରନ୍ତି । ଯଦି ସବୁ କିଛି ଯଦି ଠିକଠାକ ରୁହେ, ଦ୍ୱିତୀୟ ସପ୍ତାହରେ ସୂର୍ଯ୍ୟଙ୍କ ଉତ୍ତରାୟଣ ପରେ ଦଳ ନୂଆ ମଙ୍ଗୁଆଳ ନାମରେ ମୋହର ମାରିପାରେ ବୋଲି ସୂଚନା ମିଳିଛି ।

ବିଜେପି ରାଜ୍ୟରେ ନିଜ କାୟା ବଢ଼ାଇଥିଲା ବେଳେ ଦଳ କଂଗ୍ରେସକୁ ପଛକୁ ଠେଲି ଏବେ ଦ୍ୱିତୀୟ ରାଜନୈତିକ ଦଳ । ବିଧାନସଭା ଓ ଲୋକସଭାରେ ଦଳ ବେଶ ସମ୍ମାନଜନକ ଆସନ ଜିଣି ବଳୁଆ ହୋଇଛି । ମୁଣ୍ଡ ଉପରେ ପୌର ନିର୍ବାଚନ ମଧ୍ୟ ରହିଛି । ବିଜେପିର କେନ୍ଦ୍ରୀୟ କମିଟି ଓଡ଼ିଶାକୁ ଫୋକସ୍‌ କରୁଥିବାରୁ ଜଣେ ଅଭିଜ୍ଞ ନେତାଙ୍କୁ ସଭାପତି ପଦରେ ବସାଇବାକୁ ଦଳର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି । ଆଉ ଗୋଟିଏ ଗୋଷ୍ଠୀ ଯୁବକଙ୍କ ହାତରେ ସଭାପତି ପଦ ଦେବାକୁ ଚାପ ପକାଉଛନ୍ତି । ମାତ୍ର ଏ ନେଇ ଅଙ୍କ ଛିଣ୍ଡୁନି । ସଭାପତି ରେସରେ ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ସମୀର ମହାନ୍ତି, ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର ଓ ପୃଥ୍ୱୀରାଜ ହରିଚନ୍ଦନ ରହିଥିବା ଚର୍ଚ୍ଚା ହେଉଛି । ଦଳର ଗୋଟିଏ ଗୋଷ୍ଠୀ ଅଭିଜ୍ଞ ନେତାଙ୍କ ପାଇଁ ଓକିଲାତି କରୁଥିଲା ବେଳେ ଆଉ ଗୋଟିଏ ଗୋଷ୍ଠୀ ଯୁବ ନେତୃତ୍ୱ ସପକ୍ଷରେ ଯୁକ୍ତି ବାଢୁଛି । ବିଜେଡିକୁ ଟକ୍କର ଦେବାକୁ ଏବଂ ଦଳକୁ ଆହୁରି ବଳୁଆ କରିବାକୁ ଜଣେ ଦକ୍ଷ ଓ ଯୋଗ୍ୟ ନେତାଙ୍କୁ ସଭାପତି ପଦ ଦେବାକୁ ମଧ୍ୟ ବହୁ ନେତା ଦାବି କରୁଛନ୍ତି । ମାତ୍ର କାହା ମୁଣ୍ଡରେ ସଳ ସୁନା କଳସ ଢାଳିବ ତାହା ଏଯାଏ ଅସ୍ପଷ୍ଟ । ଦଳରେ ସହମତି ଭିତ୍ତିରେ ସଭାପତି ଚୟନ କରିବାକୁ ଦଳୀୟ ନେତମାନେ ଜୋରଦାର ଉଦ୍ୟମ କରୁଛନ୍ତି । ମାତ୍ର ଏଯାଏ ନିର୍ଦ୍ଦିଷ୍ଟ ନାମରେ ଦଳ ମୋହର ମାରିପାରିନି ।

ଉଲ୍ଲେଖଯୋଗ୍ୟ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଗତ ଜୁଲାଇ ମାସରୁ ସରିଥିଲେ ହେଁ ସାଧାରଣ ନିର୍ବାଚନ ପାଇଁ ବିଜେପିର ସାଂଗଠନିକ ନିର୍ବାଚନ ଘୁଞ୍ଚିଛି । ଏଥିପାଇଁ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ଯାଏ ବୃଦ୍ଧି କରାଯାଇଛି । ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସଭାପତି ଦାୟିତ୍ୱ କାହାକୁ ମିଳିବ ତାହା ଏବେ ବଡ଼ ପ୍ରଶ୍ନ ।