ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ନିରପେକ୍ଷ କରାଯିବା ଦାବି ନେଇ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର ୨୦/୦୮: ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଛି ।

ବିଗତ ଦିନରେ ରାଜ୍ୟରେ ଶାସକ ବିଜେଡି ଅର୍ଥବଳ ଏବଂ ବାହୁବଳ ଲଗାଇ ନିର୍ବାଚନ ଲଢିଆସୁଛି । ପୋଲିସ ପ୍ରଶାସନଠୁ ଆରମ୍ଭ କରି ସରକାରୀ କଳଗୁଡିକୁ ଦଳୀୟ ଭିତିରେ ବ୍ୟବହାର କରିଛି ଶାସକ ଦଳ । ଏପରିକି ନିର୍ବାଚନ କମିଶନରଙ୍କ ଗାଇଡ ଲାଇନଙ୍କୁ ଉଲ୍ଲଘଂନ କରି ଶାସକ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଥ ରିଗିଂ ଓ ବୁଥ କ୍ୟାପଚରିଙ୍ଗ କରି ନିର୍ବାଚନକୁ ନିଜ ସପକ୍ଷରେ କରିଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଆଗାମୀ ଦିନରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ  ପ୍ରତିନିଧୀ ଦଳ ଦାବି କରିଛି ବୋଲି କହିଛନ୍ତି ସମୀର । 

ପୌର ନିର୍ବାଚନ ନକରି ରାଜ୍ୟସରକାର ଜାଣିଶୁଣି ଦିନ ଗଡାଇ ଚାଲିଛନ୍ତି । ସେହିପରି ରାଜ୍ୟରେ କେତେକ ସ୍ଥାନରେ ପଂଚାୟତ ନିର୍ବାଚନ ହୋଇନାହିଁ । ରାଜ୍ୟରେ ବାକିଥିବା ସ୍ଥାନଗୁଡିକରେ ନିର୍ବାଚନକୁ ସୂଚାରୁରୂପେ କରିବା ସହ ପୌର ଓ ପଂଚାୟତ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଜଣାଇଛି ।  ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.