ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର ୨୪।୮ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ଏହା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।


ସ୍ୱର୍ଗତଃ ଜେଟଲୀ ଜଣେ ଦକ୍ଷ ରାଜନେତା ଭାବେ ବେଶ ଜଣାଶୁଣା ଥିଲେ । ପୂର୍ବରୁ ସେ କେନ୍ଦ୍ରସରକାରରେ ଆଇନ ମନ୍ତ୍ରୀ, ସୂଚନା ପ୍ରସାରଣ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ । ୧୯୯୦ରେ ସେ ଦିଲ୍ଲୀ ହାଇକୋର୍ଟରେ ବରିଷ୍ଠ ଓକିଲର ମାନ୍ୟତା ପାଇଥିଲେ । ୧୯୯୧ରେ ସେ ବିଜେପିର ସଦସ୍ୟତା ନେଇ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଦୀର୍ଘଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି