PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ପଞ୍ଜାବ ବିଧାନସଭା ନିର୍ବାଚନ; ଦୁଇଟି ଆଞ୍ଚଳିକ ଦଳ ସହ ଆସନ ବୁଝାମଣା କଲା ବିଜେପି, ୬୫ ଆସନରେ ଲଢ଼ିବ ଦଳ

pic- livemint.com

ଅମୃତସର,୨୪/୦୧: ପଞ୍ଜାବ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ଗଠବନ୍ଧନ ଭିତରେ ଦୁଇଟି ଆଞ୍ଚଳିକ ଦଳ ସହ ଆସନ ବୁଝାମଣା କଲା ବିଜେପି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସୂଚନା ଦେଇଛନ୍ତି ଯେ ବିଜେପି ୬୫ ଆସନରେ ନିର୍ବାଚନ ଲଢ଼ିବା ବେଳେ ପଞ୍ଜାବ ଲୋକ କଂଗ୍ରେସ ୩୭ ଓ ଶିରୋମଣି ଅକାଳୀ ଦଳ (ୟୁନାଇଟେଡ୍) ୧୫ଟି ଆସନରେ ନିର୍ବାଚନ ଲଢ଼ିବ।

ପଞ୍ଜାବ ନିର୍ବାଚନର ତ୍ରିକୋଣୀୟ ଗଠବନ୍ଧନ ବିଜେପି, ପଞ୍ଜାବ ଲୋକ କଂଗ୍ରେସ ଓ ଶିରୋମଣି ଅକାଳୀ ଦଳ ସଯୁକ୍ତ ମିଶି ଶିଖ୍‌ ସମ୍ପ୍ରଦାୟକୁ ନେଇ ବିଶେଷ ରଣନୀତି ପ୍ରସ୍ତୁତ କରିଛନ୍ତି। ନିର୍ବାଚନୀ ବୈଠକରେ ଆସନ ବୁଝାମଣାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା। ବିଧାନସଭାର ମୋଟ ୧୧୭ ଟି ଆସନ ମଧ୍ୟରୁ ୭୦ ଆସନରେ ଶିଖ ବର୍ଗର ଲକଙ୍କୁ ଟିକେଟ ମିଳିବା ନେଇ ନିଷ୍ପତ୍ତି ହୋଇଛି। କେବଳ ବିଜେପିରେ ୩୩ରୁ ୩୫ ଶିଖ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଅନ୍ୟ ସହଯୋଗୀ ଦଳ ପଞ୍ଜାବ ଲୋକ କଂଗ୍ରେସ ଏବଂ ଶିରୋମଣି ଅକାଳୀ ଦଳ (ୟୁନାଇଟେଡ୍)କୁ ମଧ୍ୟ ସମାନ ରଣନୀତିରେ ପ୍ରାର୍ଥୀ ଦେବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପରାମର୍ଶ ଦେଇଛନ୍ତି।

ଆଗାମୀ ମାସରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନ ତିନୋଟି ଦଳ ପାଇଁ ଗୁରୁତ୍ୱ ରଖୁଛି। କ୍ୟାପଟେନଙ୍କ ସହ ବିଜେପି ବିଧାନସଭା ନିର୍ବାଚନ ଜିତିଲେ ଆଗକୁ ରାଜ୍ୟରେ ରାଜନୈତିକ ଭବିଷ୍ୟତ ସ୍ଥିର ହେବ। ଏତିକି ବେଳେ ଏହି ତିନୋଟି ରାଜନୈତିକ ଦଳ ପଞ୍ଜାବ ନିର୍ବାଚନ ପାଇଁ ଖୁବ୍ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର