PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ନାଗରିକତା ବିଲ୍ ବାବଦରେ ଲୋକଙ୍କୁ ବୁଝାଇବ ବିଜେପି: ୩ କୋଟି ପରିବାରକୁ ଭେଟିବ, କରିବ ୨୫୦ ସାମ୍ବାଦିକ ସମ୍ମିଳନୀ

ଇସଲାମାବାଦ, ୨୧|୧୨:   ନାଗରିକତା ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ସରକାରରେ ଥିବା ଅନେକ ନେତା ଏଥିପାଇଁ ପ୍ରଚାର ପ୍ରସାରକୁ ଦାୟୀ କରିଛନ୍ତି। ଲୋକଙ୍କୁ ସଚେତନ କରିବାରେ ସରକାର ବିଫଳ ହୋଇଥିବାରୁ ଏପରି ବିରୋଧ ହେଉଛି ବୋଲି କିଛି ନେତା କହିଛନ୍ତି। ଏବେ ବିଜେପି ସାରା ଦେଶରେ ଏହି ବିଲର ସମର୍ଥନ ଓ ଗୁଜବକୁ ଦୂର କରିବାକୁ ୩କୋଟି ପରିବାରଙ୍କ ନିକଟକୁ ଯିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବ।

ବିଜେପିର ରାଜ୍ୟସଭା ସାଂସଦ ଭୁପେନ୍ଦ୍ର ଯାଦବ ଏନେଇ ଘୋଷଣା କରି କହିଛନ୍ତି ଯେ, ଦଳ ୧୦ ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର କ୍ୟାମ୍ପେନ୍ କରିବ। ଏଥିରେ କାର୍ଯ୍ୟକର୍ତ୍ତାମାନେ ୩କୋଟି ପରିବାରକୁ ଭେଟିବେ। ଏହାସହ ନାଗରିକତା ସଂଶୋଧନ ବିଲ୍ ବାବଦରେ ଥିବା ସମସ୍ତ ସୂଚନା ସେମାନଙ୍କୁ ଜଣାଇବେ। ଏହି ବିଲର ସମର୍ଥନରେ ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ ସାମ୍ବାଦିକ ସମ୍ମିଳନୀ କରାଯିବ।

ସୂଚନାଯୋଗ୍ୟ, ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଥିବା ଜେଡିୟୁ ଓ ଏଲଜେପି ଲୋକଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିବା ଆବଶ୍ୟକ ବୋଲି କହିଥିଲେ। ରାଜ୍ୟସଭା ସାଂସଦ ସ୍ୱପ୍ନା ଦାସଗୁପ୍ତା ସରକାର ଏହି ଆଇନକୁ ଖବର କାଗଜରେ ପ୍ରଚାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର